ମୋଦି ଭୋଟିଂ ମେସିନ୍‌ MVMକୁ ନେଇ ଆମେ ଭୟଭୀତ ନୁହଁ କହିଲେ ରାହୁଲ

Published By : Prameya-News7 Bureau | November 04, 2020 IST

ପାଟନା ୪।୧୧: ବିହାର ବିଧାନସଭା ନିର୍ବାଚନରେ ବ୍ୟବହୃତ ହେଉଥିବା ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ୍)କୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏମଭିଏମ୍ ବା ମୋଦି ଭୋଟିଂ ମେସିନ ବୋଲି କହିଛନ୍ତି। ସେହିପରି ଦେଶର ବିଜେପି ସମର୍ଥିତ ଗଣମାଧ୍ୟମକୁ ମୋଦିଜୀକା ମିଡିଆ ବା ଏମଏମ୍‌ କହିଛନ୍ତି। ତେବେ ମୋଦିଙ୍କ ଉଭୟ କଳକୁ ନେଇ ଆମେ ଭୟଭୀତ ନୁହଁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି।  

ବୁଧବାର ବିହାର ମାଧେପୁରରେ ଅନୁଷ୍ଠିତ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ସତ୍ୟ ସର୍ବଦା ସତ୍ୟ, ନ୍ୟାୟ ମଧ୍ୟ ସବୁ ବେଳେ ନ୍ୟାୟ। ତେବେ ଖାସ ଏହି ବ୍ୟକ୍ତିଙ୍କ ବିରୋଧରେ ଆମର ଲଢେଇ ଆଦର୍ଶର ଲଢେଇ ବୋଲି ରାହୁଲ କହିଛନ୍ତି। ଆମେ ସେମାନଙ୍କ ବିଚାର ବିରୋଧରୁ ଲଢୁଛୁ ସେମାନଙ୍କ ଦର୍ଶନ ବିରୋଧରୁ ଲଢୁଛୁ ଓ ଜାଣିଛୁ ସେମାନେ ନିଶ୍ଚିତ ପରାଜିତ ହେବେ।

ତେବେ କୌଣସି ନିର୍ଦ୍ଧିଷ୍ଟ ଅଭିଯୋଗ ନ ଆଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିରୋଧରେ ଅଋଚିକର ମନ୍ତବ୍ୟମାନ ଦେଉଥିବାର କହିଥିଲେ।  ବିଭିନ୍ନ ସଭା ସମ୍ମିଳନୀରେ ସେ ଏପରି ଅଋଚିକର ମନ୍ତବ୍ୟ ଦେଉଛନ୍ତି। ସେମାନେ ଘୃଣାର ଯେତେ ଇଛା ସେତେ ପ୍ରସାର କରନ୍ତୁ ଏଥିରେ ଆମର ଆପତ୍ତି କରିବାର କିଛି ନାହିଁ। ହେଲେ ସେମାନେ ଜାଣିରଖନ୍ତୁ ଘୃଣ୍ୟ ମନଭାବ ନିଜକୁ ନିନ୍ଦିତ ଓ ଘୃଣିତ କରିବ। ଘୃଣାକୁ ଘୃଣାରେ ପ୍ରତିହତ କରାଯାଏନି। ଏଣୁ ଦିନେ ନା ଦିନେ ଘୃଣା ବିରୋଧରେ ଆମର ବିଜୟ ନିଶ୍ଚିତ ବୋଲି କହିଛନ୍ତି ରାହୁଲ ଗାନ୍ଧି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.