Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚେତୁନାହାଁନ୍ତି ଅମାନିଆ : ବିଭିନ୍ନ ଆଳ କରି ବଜାରରେ ବୁଲୁଛନ୍ତି, ଫାଇନ୍ ବି ଗଣୁଛନ୍ତି
  • ||
  • ‘ଟିକାରୁ ଜିଏସଟି ଛାଡ କର’ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
  • ||
  • ଭୟଙ୍କର : ୨୪ ଘଣ୍ଟାରେ ଦେଶରେ ବାହାରିଲେ ୪ ଲକ୍ଷ ୧୪ ହଜାରରୁ ଅଧିକ ପଜିଟିଭ୍, ୩୯୧୫ ମୃତ
  • ||
  • କରୋନା ରୋଗୀଙ୍କୁ ମେଡିସିନ୍ ନେଇ ଜାରି ହେଲା ଏସଓପି : ଆକ୍ରାନ୍ତଙ୍କୁ ଇଞ୍ଜେକ୍ସନ ଦେବା ପୂର୍ବରୁ ଯାଞ୍ଚ ହେବ ସ୍ୱାସ୍ଥ୍ୟାବସ୍ଥା
  • ||
  • ରାଜସ୍ଥାନରେ ୧୪ ଦିନିଆ ଲକ୍‌ଡାଉନ୍‌ ଲଗାଇଲେ ସରକାର, ୩୧ ଯାଏଁ ହୋଇପାରିବନି ବିବାହ
  • ||
  • ପଶୁପକ୍ଷୀଙ୍କୁ ମଧ୍ୟ ହେଉଛି କରୋନା, ଆଗରୁ ଆହୁରି ହେବେ ସଂକ୍ରମିତ ! ଚିନ୍ତାରେ ସରକାର
  • ||
  • ଛୋଟ ପିଲାଙ୍କ ପ୍ରତି ବିପଦ ବେଶୀ, ଦୈନିକ ୫୦୦ ଶିଶୁ ହେଉଛନ୍ତି କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ୨୧୪୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଗାଁ ନିକଟରେ ବୁଲୁଛି ଗୋଠଛଡା ଦନ୍ତା, ଗ୍ରାମବାସୀ ଭୟଭୀତ
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨,୨୩୮ ପଜିଟିଭ୍
  • ||

କଂଗ୍ରେସ ଗୁପକାର ମେଣ୍ଟର ଅଂଶ ନୁହେଁ, ମିଥ୍ୟା ପ୍ରଚାର କରୁଛନ୍ତି ଅମିତ୍ ଶାହା, ତ୍ରିରଙ୍ଗା ପାଇଁ ବଳିଦାନର ମହତ୍ଵକୁ ସେ ବୁଝି ପାରିବେ ନାହିଁ: ସୁରଜେଓ୍ଵାଲା

17/11/2020 at 9:46 PM

ନୂଆଦିଲ୍ଲୀ ୧୭।୧୧: କଂଗ୍ରେସ ପାର୍ଟି ସ୍ପଷ୍ଟ କରିଛି ଯେ, ଦଳ ଜାମ୍ମୁ ଓ କାଶ୍ମୀରରେ ଫାରୁକ ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ଗୁପକାର ମେଣ୍ଟ କିମ୍ବା ପିପୁଲ୍ସ ଆସୋସିଏସନ ଫର ଗୁପକାର ଡିକ୍ଲେରେସନର ଅଂଶ ନୁହେଁ। ଏଥିସହ ପୂର୍ବେ ପିଡିପି ସହ ମିଶି ସରକାର ଚଳାଇଥିବା ବିଜେପିଠୁ ସ୍ପଷ୍ଟୀକରଣ ଲୋଡିଛି କଂଗ୍ରେସ।

ଉଲ୍ଲେଖନୀୟ ଜାମ୍ମୁ-କାଶ୍ମୀରରେ ହେବାକୁ ଥିବା ଡିଷ୍ଟ୍ରିକ୍ଟ ଡେଭଲପମେଣ୍ଟ କାଉନସିଲ ନିର୍ବାଚନରେ କଂଗ୍ରେସ ନ୍ୟାସନାଲ କନଫରେନ୍ସ ସହିତ ଚୁକ୍ତି ଆଧାରରେ ନିର୍ବାଚନ ଲଢୁଛି। କିଛି ଆସନରେ ପଡିପି ସହିତ କଂଗ୍ରେସ ଚୁକ୍ତି କରିଛି। ଏହି କାରଣରୁ କଂଗ୍ରେସ ଏବେ ବିଜେପିର ନିଶାଣରେ ରହିଛି। ବିଜେପି କଂଗ୍ରେସକୁ ଜାମ୍ମୁ-କାଶ୍ମୀର ପ୍ରମୁଖ କ୍ଷେତ୍ରୀୟ ଦଳ ଦ୍ଵାରା ଗଠିତ ଗୁପକାର ଗଠବନ୍ଧନର ଅଂଶ ବୋଲି କହୁଛି। କଂଗ୍ରେସକୁ ନିଶାଣ କରି ଅମିତ୍ ଶାହା ମଙ୍ଗଳବାର କହିଛନ୍ତି ଗୁପକାର ଗ୍ୟାଙ୍ଗ ଜାମ୍ମୁ-କାଶ୍ମୀରରେ ବିଦେଶୀ ଶକ୍ତିର ଦଖଲ ଚାହୁଁଛନ୍ତି ଏବଂ ତ୍ରିରଙ୍ଗାର ଅପମାନ କରୁଛନ୍ତି। ସୋନିଆ ଜୀ ଓ ରାହୁଲଙ୍କୁ ସ୍ପଷ୍ଟ କରିବା ଉଚିତ୍  ଯେ, କଣ ସେମାନେ ଗୁପକାର ଗ୍ୟାଙ୍ଗର ଏହି ଆଭିମୁଖ୍ୟକୁ ସମର୍ଥନ କରୁଛନ୍ତି ନା ନାହିଁ?

ଅମିତ୍ ଶାହାଙ୍କ ଟ୍ଵିଟ୍‌ଙ୍କ ନିନ୍ଦା କରି କଂଗ୍ରେସ ସାଧାରଣ ସଂପାଦକ ଓ ମିଡିଆ ପ୍ରଭାରୀ ରଣଦୀପ ସୁରଜେଓ୍ଵାଲା କହିଛନ୍ତି ଯେ, ବିଗତ ଦିନରେ ମିଛ କହିବା ଓ ନୂତନ ଭ୍ରମଜାଲ ଗଢିବା ବିଜେପି ସରକାରର ଚାଲ, ଚେହେରା ଓ ଚରିତ୍ରରେ ପରିଣତ ହୋଇଛି। ଲଜ୍ଜାର  କଥା ଗୃହ ମନ୍ତ୍ରୀ ଅମିତ୍ ଶାହା ଜାତୀୟ ସୁରକ୍ଷାରେ ନିଜର ଦାୟିତ୍ଵକୁ ଅଣଦେଖା କରି ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖକୁ ନେଇ ସଂପୂର୍ଣ୍ଣ ମିଥ୍ୟା, ଭ୍ରମାତ୍ମକ ବୟାନବାଜି କରୁଛନ୍ତି। ଲିଖିତ ବୟାନ ଜାରି କରି ସୁରଜେଓ୍ଵାଲା କହିଛନ୍ତି କଂଗ୍ରେସ ପାର୍ଟି ଗୁପକାର ଗଠବନ୍ଧନର ଅଂଶ ନୁହେଁ।

ସୁରଜେଓ୍ଵାଲା କହିଛନ୍ତି, କଂଗ୍ରେସ ପାର୍ଟି ରାଷ୍ଟ୍ରର ଅସ୍ମିତା, ଅଖଣ୍ଡତା କିମ୍ବା ତ୍ରିରଙ୍ଗାର ଅପମାନକୁ କେବେ ବି ସମର୍ଥନ କରିବ ନାହିଁ। କଂଗ୍ରେସ ଜାମ୍ମୁ-କାଶ୍ମୀର ସହିତ ଭାରତର ଆଭ୍ୟନ୍ତରୀଣ ମାମଲାରେ ନା କୌଣସି ବିଦେଶୀ ଶକ୍ତିର ହସ୍ତକ୍ଷେପକୁ ସ୍ଵୀକାର କରିବ ନା କେବେ କରିବ।

ବିଜେପି ଉପରେ ପ୍ରତି ଆକ୍ରମଣ କରି କଂଗ୍ରେସ ନେତା କହିଛନ୍ତି, ଇଂରେଜଙ୍କ ଗୁଲାମ ଓ ପିଟ୍ଟୁ ଦଳର ଲୋକ  ନା ଦେଶ ଏବଂ ନା ତ୍ରିରଙ୍ଗା ପାଇଁ ବଳିଦାନର ମହତ୍ଵକୁ ବୁଝି ପାରିବେ। ଅମିତ୍ ଶାହା ଯେଉଁ ପିଡିପିର ସମାଲୋଚନା କରୁଛନ୍ତି, ତାଙ୍କ ସହ ମିଶି ଜାମ୍ମୁ-କାଶ୍ମୀରରେ ବିଜେପି କେମିତି ସରକାର ଗଠନ କରିଥିଲା ?

   Related Posts