Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ବହୁତ ବଡ଼ ରିସ୍କ ନେଇଥିଲୁ, ବିଫଳ ହୋଇନୁ କହିଲେ ଦିଲ୍ଲୀପ ଘୋଷ

2/05/2021 at 8:37 PM

କୋଲକାତା ୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଭୋଟ ଗଣନା ସରିଛି। ଶାସକ ତୃଣମୂଳ କଂଗ୍ରେସ ସପକ୍ଷରେ ଜନାଦେଶ ମିଳିଥିବା ବେଳେ ବିଜେପି ରାଜ୍ୟରେ ଦ୍ୱିତୀୟ ବୃହତ୍ତ ରାଜନୈତିକ ଦଳ ଭାବେ ଉଭା ହୋଇଛି। ତେବେ ନିର୍ବାଚନରେ ବିଜେପି ବିଫଳ ହୋଇ ନଥିବା କହିଛନ୍ତି ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ। ଏବିପି ସହ ଆଲୋଚନାରେ ଗତ ବିଧାନସଭା ନିର୍ବାଚନରେ ବିଜେପିର ମାତ୍ର ୩ ଜଣ ବିଧାୟକ ନିର୍ବାଚିତ ହୋଇଥିଲେ। ଏଥର ୮୦ ପାଖାପାଖି ବିଧାୟକ ନିର୍ବାଚିତ ହେବା ରାଜ୍ୟ ବିଜେପି ଲାଗି ବାସ୍ତବିକ ବହୁତ ବଡ ସଫଳତା ବୋଲି କହିଛନ୍ତି।

ବହୁତ ବଡ଼ ଟାର୍ଗେଟ୍‌ ଥିଲା
ଦିଲ୍ଲୀପ ଘୋଷ ଆମେ ବଡ଼ ଲକ୍ଷ ଧାର୍ଯ୍ୟ କରିଥିଲୁ ଓ ସେହି ଅନୁସାରେ ଲମ୍ବ ଲମ୍ପ ମଧ୍ୟ ମାରିଛୁ ବୋଲି କହିଛନ୍ତି। ଯଦିଓ ଆମେ ଲକ୍ଷ ସ୍ଥଳରେ ପହଞ୍ଚି ପାରିନୁ ତଥାପି ଏଥିପାଇଁ ପ୍ରଚେଷ୍ଟ କରିପାରିଥିବାରୁ ଆଶ୍ୱସ୍ତ ଅନୁଭବ କରୁଥିବା କହିଛନ୍ତି। ଏଣୁ ପ୍ରଦେଶ ସଭାପତି ଭାବେ ଦଳର କର୍ମୀ, କାର୍ଯ୍ୟକର୍ତ୍ତା ଓ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ ଜନତାଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି। ରାଜ୍ୟରେ ଲୋକଙ୍କ ଯୋଗୁ ଦଳ  ଏତେ ଆଗକୁ ଯାଇପାରିଲା ବୋଲିସେ କହିଛନ୍ତି।

ହିଂସା ରୋକିବା ସରକାରଙ୍କ କାମ
ରାଜ୍ୟରେନିର୍ବାଚନ ଫଳାଫଳ ଆସିବା ପରେ ବିଜେପିର ଏକ କାର୍ଯ୍ୟାଳୟରେ ନିଆଁ ଲାଗିଯାଇଛି। ତେବେ ନିର୍ବାଚନ ପରେଏପରି ହିଂସାକାଣ୍ଡ ସ୍ୱଭାବିକ କଥା ବୋଲି କହିଛନ୍ତି ଦିଲ୍ଲୀପ ଘୋଷ। ସରକାରରେ ଥିବା ଲୋକେ ଯଦି ହିଂସା କରିବେ ତାକୁ କିଏ ରୋକିପାରିବ ବୋଲିସେ କହିଛନ୍ତି। ରାଜ୍ୟରେ ଏବେ ନିର୍ବାଚନ ଆୟୋଗ ଓ କେନ୍ଦ୍ରୀୟ ବଳ ମହଜୁଦ ଅଛନ୍ତି। ହିଂସା ନିୟନ୍ତ୍ରଣ ସେମାନଙ୍କ କାର୍ଯ୍ୟ। ସେ କହିଛନ୍ତି ଯେ  ରାଜ୍ୟରେ ହିଂସା ନ ହେଉ ଶାନ୍ତି କାୟମ ରହୁ ସେଥିଲାଗି ଜନତା ଭୋଟ ଦେଇଛନ୍ତି। 

ଗଣତନ୍ତ୍ରର ସଜାଗ ବିରୋଧୀ ଭାବେ କାମ କରିବୁ
ଲୋକେ ଆମକୁ ଏକ ମଜଭୁତ ବିରୋଧୀ ଦଳ ଭାବେ ସୁଯୋଗ ଦେଇଛନ୍ତି। ଏଣୁ ଜନତାଙ୍କ କଷଟି ପଥରେ ଆମେ ପରୀକ୍ଷା ଦେବାକୁ ପ୍ରସ୍ତୁତ ବୋଲି ସେକହିଛନ୍ତି। ଏକ ଉପଯୁକ୍ତ ବିରୋଧୀ ଦଳ ଭାବେ ଆମେ ଆମ ଦାୟିତ୍ୱ ନିର୍ବାହ କରିବୁ। ସେହିପରି ସଙ୍ଗଠନର ପ୍ରଦେଶ ସଭାପତି ଭାବେ ମଧ୍ୟ ସେ ତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱ ସୁଚାରୁ ପାଳନ କରିବେ ବୋଲି କହିଛନ୍ତି।

   Related Posts