Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଲକ୍‌ଡାଉନ୍‌ରେ ଘରୋଇ ହିଂସାକୁ ଦୃଷ୍ଟିରେ ରଖି WhatsApp ନମ୍ବର ଜାରି

16/04/2020 at 8:01 AM

ଭୁବନେଶ୍ୱର୧୬।୦୪: ଲକ୍‌ଡାଉନ୍‌ ବେଳେ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ରୋକିବା ପାଇଁ ଆଗେଇ ଆସିଛି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ । ଏଥିପାଇଁ ଜାରି କରିଛି ଏକ ହ୍ୱାଟସ୍‌ଆପ୍‌ ନମ୍ବର । ହିଂସା ଓ ଅତ୍ୟାଚାରର ଶିକାର ମହିଳା ଘରେ ଥାଇ ଉକ୍ତ ନମ୍ବର ଯୋଗେ ଅଭିଯୋଗ କରିପାରିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଏନେଇ ବିଭାଗ ପକ୍ଷରୁ ଆଜି ଏକ ଟ୍ୱିଟ୍‌ କରାଯାଇଛି ।

ଏଥିରେ ଉଲ୍ଲେଖ ରହିଛି, ବିଭାଗ ପକ୍ଷରୁ ଏକ ହ୍ୱାଟସ୍‌ଅପ୍‌ ନମ୍ବର(୭୨୦୫୦୦୬୦୩୯) ଜାରି କରାଯାଇଛି । କେବଳ ଘରୋଇ ହିଂସା କ୍ଷେତ୍ରରେ ଉକ୍ତ ନମ୍ବରରେ ଅଭିଯୋଗ କରିହେବ । ଏହାଛଡ଼ା ବିଭାଗ ପକ୍ଷରୁ ଏକ ହେଲ୍ପ ଲାଇନ୍‌ ନମ୍ବର- ୧୮୧ ମଧ୍ୟ ଅଛି । ଏହାଦ୍ୱାରା କୌଣସି ଘରୋଇ ହିଂସାକୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନଜରକୁ ଆଣିହେବ । ବିଭାଗ ପକ୍ଷରୁ କୁହାଯାଇଛି, ଲକ୍‌ଡାଉନ୍‌ରେ ଜରୁରି ସେବାକୁ ଛାଡି଼ଲେ ପ୍ରାୟ ସମସ୍ତେ ଘରେ ରହୁଛନ୍ତି । ଫଳରେ ଘରୋଇ ହିଂସା ବଢ଼ିବାର ଆଶଙ୍କା ଦେଖା ଦେଇଛି ।

ସେପଟେ ଲକ୍‌ଡାଉନ୍‌ ଯୋଗୁଁ ମହିଳାମାନେ ଘରୁ ପଦାକୁ ଗୋଡ଼ କାଢ଼ି ପାରୁନାହାନ୍ତି । ଘରେ କୌଣସି ହିଂସା ଘଟିଲେ ସେମାନେ ନିକଟସ୍ଥ ଥାନାକୁ ଅଭିଯୋଗ ପାଇଁ ଯାଇପାରୁ ନାହାନ୍ତି । ଏପରିସ୍ଥଳେ ଉପରୋକ୍ତ ନମ୍ବର ଯୋଗେ ମହିଳାମାନେ ସିଧା ଅଭିଯୋଗ କରିପାରିବେ । ଉକ୍ତ ନମ୍ବରରେ ମଧ୍ୟ ହିଂସା ସମ୍ପର୍କିତ କୌଣସି ଭିଡିଓ କିମ୍ବା ଫଟୋ ପଠାଇ ପାରିବେ । ଯାହାକି ଆଗାମୀ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟାରେ ସହଯୋଗ କରିବ ।

   Related Posts