ହାଇଡ୍ରୋକ୍ସିକ୍ଲୋରୋକ୍ୱିନର ବିଦେଶ ରପ୍ତାନୀ ଯୋଗୁ ଏବେ ବଦଳିବ ପଶ୍ଚିମବଙ୍ଗ ସିନକୋନା ଚାଷୀଙ୍କ ଭାଗ୍ୟ

Published By : Prameya-News7 Bureau | April 11, 2020 IST

କୋଲକାତା : ଦେଶରେ ମେଲେରିଆ ନିରାକରଣ ଲାଗି ବ୍ୟବହୃତ ହେଉଥିବା ହାଇଡ୍ରୋକ୍ସି କ୍ଲୋରୋକ୍ୱିନ ଔଷଧ ଯୋଗାଇଦେବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁସାରେ ଭାରତ ନିଜର ଆବଶ୍ୟକତା ପରେ ବଳକା ଔଷଧ ଏବେ ଆମେରିକା ସମେତ ବିଶ୍ୱର ପ୍ରାୟ କରୋନା ପ୍ରଭାବିତ ଦେଶଙ୍କୁ ଯୋଗାଇ ଦେଉଛି। ଏଥିରେ ହାଇଡ୍ରୋକ୍ସି କ୍ଲୋରୋକ୍ଲିନ୍ ଉତ୍ପାଦନ ଲାଗି ବ୍ୟବହୃତ ହେଉଥିବା କଞ୍ଚାମାଲ ସିନକୋନା ଗଛର ଛାଲିର ଚାହିଦା ବଢିବ ବୋଲି ପଶ୍ଟିମବଙ୍ଗ ଦାର୍ଜିଲିଂର ଚାଷୀମାନେ ଆଶାୟୀ ହୋଇ ଉଠିଛନ୍ତି।

{"id":252494,"sizeSlug":"large"}

ଭାରତରେ ମ୍ୟାଲେରିଆ ଏକ ଜୀବନ ନାଶକ ରୋଗ। ଏଥିଲାଗି ଦୀର୍ଘ ବର୍ଷରୁ କ୍ଲୋରୋକ୍ୱିନ୍ ଔଷଧର ଆବଶ୍ୟକତା ପଡୁଥିବା ବେଳେ ଏଥିଲାଗି ଆବଶ୍ୟକ ହେଉଥିବା କଞ୍ଚାମାଲ ପଶ୍ଚିମବଙ୍ଗର ଦାର୍ଜିଲିଂରୁ ମିଳେ। ଏଠାରେ ଚାଷୀମାନେ ୧୮୬୨ ମସିହାରୁ ସିନକୋନା ଚାଷ କରିଆସୁଛନ୍ତି। ସିନକୋନା ଗଛ ଛାଲରୁ କ୍ୱିନାନାଇନ୍ ମିଳିଥାଏ। ଏଣୁ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ଉତ୍ପାଦନ ଲାଗି କ୍ୱିନାଇନର ଚାହିଦା ବଢିବ ଓ ଏଥି ଯୋଗୁ ଚାଷୀ ଉପକୃତ ହେବେ ବୋଲି ଆଶା କରୁଛନ୍ତି।

{"id":252495,"width":581,"height":387,"sizeSlug":"large"}

ତେବେ ଆଜିକାଲି ସିନ୍ଥେଟିକ୍ କ୍ୱିନାଇନ୍ ଟାବଲେଟ୍ ମିଳୁଛି। ଏଣୁ ଚାଷୀ ପ୍ରଭାବିତ ହେଉଥିଲେ। ହେଲେ ଏବେ ବିଦେଶକୁ ସିନ୍ଥେଟିକ୍ ସାମଗ୍ରୀ ରପ୍ତାନୀ ହୋଇପାରିବ ନାହିଁ। ଏଣୁ ସିନକୋନା ଛାଲିର ଚାହିଦା ବଢିବ ବୋଲି ଚାଷୀ ଉତ୍ସାହିତ ଅଛନ୍ତି। ପଶ୍ଚିମବଙ୍ଗ ସିନକୋନା ନିର୍ଦ୍ଦେଶକ ସାମୁଏଲ ରାଏ ଏବେ ଚାଷୀଙ୍କ ଅବସ୍ଥାରେ ହୁଏତ ସୁଧାର ଆସିପାରେ ବୋଲି ଆଶା ବ୍ୟକ୍ତ କରିଛନ୍ତି। କାରଣ ଦେଶରେ ଔଷଧ ଉତ୍ପାଦନ ଲାଗି କଞ୍ଚାମାଲର ଆବଶ୍ୟକତା ବଢିବ ବୋଲି ରାୟ କହିଛନ୍ତି।

{"id":252496,"sizeSlug":"large"}

ହାଇଡ୍ରୋକ୍ସି କ୍ଲୋରୋକ୍ୱିନ୍ ଏକ ସିନ୍ଥେଟିକ ଅଣୁ ବୋଲି କହିଛନ୍ତି ରାୟ। ଏହା ମଧ୍ୟ କ୍ଲୋରୋକ୍ୱିନରେ ହେଉଛି ହେଲେ ଏହା ରସାୟନିକ ଉପାୟରେ ପ୍ରସ୍ତୁତ କ୍ୱିନାଇନ୍ ବୋଲି କହିଛନ୍ତି। ତେବେ ମ୍ୟାଲେରିଆ ଔଷଧର ଚାହିଦା ଯୋଗୁ ଏବେ ପ୍ରାକୃତିକ ଉପାୟରେ କୁଇନାନ୍‌ର ଉତ୍ପାଦନ ବଢିବ ବୋଲି ରାୟ ଆଶାବ୍ୟକ୍ତ କରିଛନ୍ତି। ଏଣୁ ଦୀର୍ଘ ବର୍ଷରୁ ଅବହେଳାରେ ଥିବା ସିନକୋନା ଚାଷ ଲାଗି ପୁଣି ଚାଷୀ ଉତ୍ସାହିତ ହେବେ ବୋଲି କହିଛନ୍ତି ରାୟ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.