Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏମଏସଏମଇ କ୍ଷେତ୍ରକୁ COVID ସହାୟତା ଲାଗି ହାତ ବଢେଇଲେ ବିଶ୍ୱବ୍ୟାଙ୍କ, ୭୫୦ ମିଲିୟନ ଡଲାରର ରାଜିନାମା

6/07/2020 at 9:47 PM

ନୂଆଦିଲ୍ଲୀ ୬।୭: କରୋନା ମହାମାରୀ ସଂକ୍ରମଣରେ ଅଣୁ, ସୁକ୍ଷ୍ମ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଲାଗି ଜରୁରିକାଳୀନ ଉପାୟ ନିମନ୍ତ୍ରେ ଭାରତ ସରକାର ସୋମବାର ବିଶ୍ୱବ୍ୟାଙ୍କ ସହ ୭୫୦ ମିଲିୟନ ଡଲାରର ରାଜିନାମା ସ୍ୱାକ୍ଷର କରିଛନ୍ତି। କୋଭିଡ-୧୯ ଯୋଗୁ ଗୁରୁତର ପ୍ରଭାବିତ ଏମଏସଏମଇ କ୍ଷେତ୍ରରେ ଆର୍ଥିକ ପ୍ରବାଦ ଏହି ରାଜିନାମାର ମୁଳ ଉଦ୍ଦେଶ୍ୟ ବୋଲି କୁହାଯାଇଛି।  ବିଶ୍ୱବ୍ୟାଙ୍କଙ୍କ ଏହି ପଦକ୍ଷେପ ଯୋଗୁ ଦେଶର ଅନୁନ୍ୟ ୧.୫ନିୟୁତ ଲାଭପ୍ରଦ ଏମଏସଏମଇ ଙ୍କ ନଗଦ ଓ ଜରୁରି ଋଣ ଆବଶ୍ୟକତା ପୂରଣ କରିବାରେ ସହା.ୟକ ହେବ।

ସମୟ ସହିତ ଏମଏସଏମଇ  କ୍ଷେତ୍ରକୁ ଆଗକୁ ବଢାଇବା ଲାଗି ସରକାରଙ୍କର ଏହା ଏପର୍ଯ୍ୟନ୍ତ ସବୁଛୁ ବଡ ପଦକ୍ଷେପ ବୋଲି ବୁଝା ଯାଉଛି। ଏହି ବୁଝାମଣାରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ଆର୍ଥିକ କାର୍ଯ୍ୟ ବିଭାଗ ସଚିବ ସମୀର କୁମାର ଖରେ ବୁଝାମଣାରେ ସ୍ୱାକ୍ଷର କରିଥିବା ବେଳେ ବିଶ୍ୱବ୍ୟାଙ୍କ ପକ୍ଷରୁ କଣ୍ଟ୍ରି ଡାଇରେକ୍ଟର ଜୁନେଦ ଅହମ୍ମଦ ସ୍ୱାକ୍ଷର କରିଛନ୍ତି। ଏହି ଅବସରରେ ଖରେ  କହିଛନ୍ତି ଯେ କରୋନା ମହାମାରୀ ଯୋଗୁ ଏମଏସଏମଇ କ୍ଷେତ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଫଳରେ ଜୀବିକା ଉପାର୍ଜନ ଲାଗି ଏ କ୍ଷେତ୍ରରେ କାର୍ଯ୍ୟରତ ହଜାର ହଜାର ଲୋକେ ପ୍ରଭାବିତ ହୋଇଛନ୍ତି।

ଯେପରି ସମ୍ପୃକ୍ତ କ୍ଷେତ୍ରକୁ ପ୍ରଚୁର ତରଳତା ଉପଲବ୍ଧ ହୁଏ ସେଥିପ୍ରତି ସରକାର ଧ୍ୟାନ କେନ୍ଦ୍ରିତ କରିବେ ବୋଲି ଖେରେ କହିଛନ୍ତି। ଏଥିରେ ବ୍ୟାଙ୍କମାନେ ରିସ୍କି ନେବାକୁ ଚାହୁଁ ନଥିବାରୁ ସେମାନଙ୍କ ଦ୍ୱାରା ଅଣବ୍ୟାଙ୍କିଙ୍ଗ ଆର୍ଥକ ସଂସ୍ଥାଙ୍କ ଦ୍ୱାରା ବ୍ୟାପକ ତରଳତା ଉପଲବ୍ଧ କରାଯିବ ବୋଲି ସେ କହିଛନ୍ତି। ଏଣୁ ଉପୁଜିଥିବା ପରିସ୍ଥିତିର ମୁକାବିଲା ଲାଗି ଏପରି ସଂସ୍ଥାଙ୍କୁ ବେଶ ସହାୟତା ମିଳିବ ବୋଲି ସଚିବ କହିଛନ୍ତି।

   Related Posts