Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ପଶ୍ଚିମବଙ୍ଗ ଭୋଟ୍ : ଏବେସୁଦ୍ଧା ୩୪% ମତଦାନ, ଟିଏମସି ନେତାଙ୍କ ଘରୁ ଇଭିଏମ ମିଳିବା ଘଟଣାରେ ୪ ସସପେଣ୍ଡ୍

6/04/2021 at 2:20 PM

କୋଲକାତା, ୦୬/୦୪ :  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ରାଜ୍ୟର ୩୧ଟି ଆସନରେ ନିର୍ବାଚନ ପାଇଁ ମତଦାନ ହେଉଛି । ତେବେ ଦିନ ୧ଟା ୩୦ ସୁଦ୍ଧା ରାଜ୍ୟରେ ୩୪.୩୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି ।

ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବା ପୂର୍ବରୁ ବିଭିନ୍ନ ବୁଥରେ ଟିଏମସି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଏପରିକି ଟିଏମସି ନେତା ବିଜେପି କର୍ମୀଙ୍କ ଉପରେ ଭୋଟରଙ୍କୁ ଅଟକାଯାଉଥିବା ଅଭିଯୋଗ ଆଣିଥିଲେ । ସେହିପରି ଟିଏମସି ନେତାଙ୍କ ଘରୁ ଇଭିଏମ ମିଳିବା ଘଟଣାରେ ଟିଏମସିକୁ ଘେରିଥିଲା ଭାରତୀୟ ଜନତା ପାର୍ଟି ।

ଏହି ଘଟଣାକୁ ନେଇ ବିଜେପି ନେତା ତଥା ମନ୍ତ୍ରୀ ପ୍ରକାଶ ଜାଭଦେକର ଏହି ଘଟଣାରେ ତଦନ୍ତ ଦାବି କରିଛନ୍ତି । ଏହାସହ ଟିଏମସି ନେତାଙ୍କ ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି ।

ଇଭିଏମ ମିଳିବା ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନ । ୩ ଜଣ ସେକ୍ସନ ଅଫିସରଙ୍କୁ ନିଲମ୍ବିତ କରାଯାଇଛି । ଉତ୍ତର ପ୍ରଗଣା  ନିର୍ବାଚନମଣ୍ଡଳୀର ସେକ୍ଟର ୧୭ ଓ ୧୭୭ର ୩ ଜଣ ସେକ୍ଟର ଅଫିସରଙ୍କୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି । ନିଲମ୍ବିତ ହୋଇଥିବା ଅଧିକାରୀମାନେ ହେଲେ ତପନ କୁମାର ସରକାର, ସଞ୍ଜିବ ମଜୁମଦାର ଓ ମିଥୁନ ଚକ୍ରବର୍ତ୍ତୀ ।

ଏତତ୍ ବ୍ୟତୀତ କର୍ତ୍ତବ୍ୟରେ ଅବହେଳା ପାଇଁ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ସବ୍ ଇନ୍ସପେକ୍ଟର ସୁଜିତ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

   Related Posts