Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କୋଲକାତା: କୋଭିଡ ଟିକାକରଣ ବେଳେ ଚେତାହରାଇଲେ ନର୍ସ, ICUରେ ଭର୍ତ୍ତି

17/01/2021 at 4:22 PM

କୋଲକାତା ୧୭।୧:ପଶ୍ଚିମବଙ୍ଗରେ ଶନିବାର କୋଭିଡ ଟିକାକରଣ ବେଳେ ଜନୈକା ୩୭ ବର୍ଷ ବୟସ୍କା ନର୍ସ ଚେତା ହରାଇଥିଲେ। ତାଙ୍କୁ ଏବେ ହସ୍ପିଟାଲର ଆଇସିୟୁରେ ରଖି ଚିକିତ୍ସା କରାଯାଉଛି। ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ବେଳେ ପଶ୍ଚିମବଙ୍ଗରେ ଶନିବାର ଗୋଟିଏ ଦିନରେ ୧୫ ହଜାର ୭୦୭ ଜଣଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି। ଏଥିରେ ସମ୍ପୃକ୍ତ ନର୍ସ ମଧ୍ୟ ଟିକା ନେଇଥିଲେ।

ଡା. ବି.ସି. ରାୟ ହସ୍ପିଟାଲରେ କୋଭିଡ ଟିକାକରଣ ବେଳେ ଏହି ଘଟଣା ଘଟିଥିଲା।  ଟିକା ନେବାର କିଛି ମିନିଟ୍ ପରେ ନର୍ସ ଥରିବାକୁ ଲାଗିଥିଲେ ଓ ସେ ଅସହଜ ଅନୁଭବ କରୁଥିବା କହିବା ପରେ ଅଚେତ ହୋଇଯାଇଥିଲେ। ତୁରନ୍ତ ତାଙ୍କର ଚିକିତ୍ସା କରାଯାଇଥିଲା। କେବଳ ଜଣେ ନର୍ସ ନୁହନ୍ତି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଟିକାକରଣ ବେଳେ ଆଉ ୧୩ଟି ଆଡଭର୍ସ ଇଭେଣ୍ଟ ଫଲୋଇଙ୍ଗ ଇମ୍ୟୁନାଇଜେସନ (ଏଇଏଫଆଇ) ଅଭିଯୋଗ ମିଳିଛି।

ତେବେ ସମସ୍ତଙ୍କଠାରେ ସମାନ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନାରେ କହିଛନ୍ତି।  ଟିକାକରଣ ପରେ ଏଇଏଫଆଇ ଏକ ଅପ୍ରତ୍ୟାସୀତ ଡାକ୍ତରୀ ଘଟଣା,  ଯାହାର ଟିକାକରଣ ପ୍ରକ୍ରିୟା ସହ କୌଣସି ସମ୍ପର୍କ ନାହିଁ ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି।

   Related Posts