Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ବଢ଼ିପାରେ ଶୁଭେନ୍ଦୁ ଅଧିକାରୀଙ୍କ ସମସ୍ୟା, କୋର୍ଟଙ୍କ ରାୟ ବିରୋଧରେ ଡିଭିଜନ ବେଞ୍ଚକୁ ଗଲେ ରାଜ୍ୟ ସରକାର

7/09/2021 at 8:52 PM

କୋଲକାତା ୭।୯: ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ତଥା ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମସ୍ୟା ବଢିପାରେ।  ବଡିଗାର୍ଡ ମୃତ୍ୟୁ ମାମଲାରେ ହାଇକୋର୍ଟଙ୍କ ଆସ୍ୱସ୍ତିର ଦିନକ ପରେ ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ମାମଲା ରୁଜୁ କରିଛନ୍ତି। ସେପ୍ଟେମ୍ବର ୮ ତାରିଖରେ ଏହାର ଶୁଣାଣି ହେବ।

ମାମଲାରେ କୋଲକାତା ହାଇକୋର୍ଟ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ନ କରିବାକୁ ସୋମବାର ଆଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏକକ ବେଞ୍ଚଙ୍କ ଏହି ଆଦେଶକୁ ମଙ୍ଗଳବାର ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ଚାଲେଞ୍ଜ କରିଛନ୍ତି। ଯଦି ପ୍ରସଙ୍ଗରେ ଡିଭିଜନ ବେଞ୍ଚଙ୍କ ରାୟ ଓଲଟିଲା ତେବେ ଅଧିକାରୀଙ୍କ ସମସ୍ୟା ବଢ଼ିବା ନିଶ୍ଚିତ ବୋଲି କୁହାଯାଇଛି।

ରାଜ୍ୟ ସରକାର ଏକକ ବେଞ୍ଚଙ୍କ ରାୟକୁ ଚାଲେଞ୍ଜ କରିବା ସହ ଅଧିକାରୀଙ୍କୁ କାହିଁକି ରକ୍ଷା କବଚ ଦିଆଯାଉଛି ବୋଲି ଆବେଦନରେ ପ୍ରଶ୍ନ ଉଠାଇଛନ୍ତି। ସୋମବାର ଏକକ ବେଞ୍ଚ ବିଚାରପତି ଜଷ୍ଟିସ୍ ରାଜଶେଖର ମନ୍ଥର ବଡି ଗାର୍ଡ ହତ୍ୟା ସମେତ ଅଧିକାରୀଙ୍କ ବିରୋଧରେ ଆଗତ ୩ଟିଜାକ ମାମଲାରେ ରହିତାଦେଶ ଜାରି କରିଥିଲେ। ସେହିପରି ଅଧିକାରୀଙ୍କ ବିରୋଧରେ କୌଣସି ପ୍ରକାରର ବଡ଼ କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ବାରଣ କରିଥିଲେ। ଏଥିରେ ଯଦି ତାଙ୍କ ବିରୋଧରେ ପୁଣି ଏତଲା ରୁଜୁ କରାଯାଏ ସେ ବାବଦେ କୋର୍ଟଙ୍କୁ ଜଣାଇବା ପରେ ରୁଜୁ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

ଏବେ ଏହି ଆଦେଶକୁ ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ଚାଲେଞ୍ଜ କରିଛନ୍ତି। ବୁଧବାର ଏହାର ଶୁଣାଣି ହେବ। ଉଲ୍ଲେଖ ଯୋଗ୍ୟଯେ ଶୁଭେନ୍ଦୁ ଅଧିକାରୀଙ୍କୁ ବଡି ଗାର୍ଡ ଶୁଭବ୍ରତ ଚକ୍ରବର୍ତ୍ତି ହତ୍ୟା ମାମଲାରେ ସିଆଇଡି ତଲବ କରିଥିଲା। ତେବେ ଇ-ମେଲ କରି ହାଜର ହୋଇପାରିବେନି ବୋଲି ଅଧିକାରୀ ସୂଚିତ କରିଥିଲେ।

   Related Posts