Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ପଶ୍ଚିମବଙ୍ଗ ଏନଆରସି ପ୍ରସଙ୍ଗ: କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ପତ୍ର ଦେଲେ ମମତା ବାନାର୍ଜୀ, କିଛି କହିଲେନି ଶାହ

19/09/2019 at 6:07 PM

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ ମମତା ପଶ୍ଚିମବଙ୍ଗ ଏନଆରସି ପ୍ରସଙ୍ଗରେ ଶାହଙ୍କୁ ଏକ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି। ଶାହ ମମତାଙ୍କଠାରୁ ପତ୍ର ଗ୍ରହଣ କରିଛନ୍ତି। ହେଲେ ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେଇନଥିବା ସାକ୍ଷାତକାର ପରେ ମମତା ଗଣମାଧ୍ୟମକୁ କହିଛନ୍ତି।

ପତ୍ରରେ ନିଜକୁ ପ୍ରମାଣିତ କରିବା ଲାଗି ଏନଆରସିରୁ ବାଦ ପଡିଥିବା ଲୋକଙ୍କୁ ଆଉଥରେ ସୁଯୋଗ ଦେବାକୁ ମମତା ଗୃହମନ୍ତ୍ରୀଙ୍କୁ ନିବେଦନ କରିଥିବା କହିଛନ୍ତି।  ତେବେ ପଶ୍ଚିମବଙ୍ଗରେ ଏନଆରସିର କୌଣସି ଆବଶ୍ୟକତା ନଥିବା ମୁଁ ପ୍ରଥମରୁ କହିଆସିଛି ବୋଲି ମମତା ଗଣମାଧ୍ୟମକୁ କହିଛନ୍ତି।

କେନ୍ଦ୍ରଗୃହମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମମତା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବାପରେ ମୋଦିଙ୍କ ସହ ମମତାଙ୍କର ଏହା ପ୍ରଥମ ସାକ୍ଷାତ ଆଲୋଚନା ଥିଲା। ଏହି ଅବସରେ ମମତା ପ୍ରଧାନମନ୍ତ୍ରୀଙ୍କୁ ସନ୍ଦେଶ ଖୁଆଇ ଜନ୍ମଦିନର ଅଭିନନ୍ଦନ ଜ୍ଞାପନ କରିବା ସହ ଏକ କୁର୍ତ୍ତା ଉପହାର ଦେଇଥିଲେ। ଏହି ଅବସରରେ ମମତା ପ୍ରଧାନମନ୍ତ୍ରୀଙ୍କୁ ଦେବଚା ପଚାମୀ କୋଇଲା ପ୍ରକଳ୍ପର ଉଦଘାଟନ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରିତ ମଧ୍ୟ କରିଛନ୍ତି। ପ୍ରାଧାନମନ୍ତ୍ରୀଙ୍କ ସହ ଏହି ସାକ୍ଷାତକାରକୁ ମମତା ଗତକାଲି ଅଣ ରାଜନୈତିକ ବୋଲି ଗଣମାଧ୍ୟମକୁ କହିଥିଲେ।

   Related Posts