Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

କେଉଁ ଗାଡ଼ିରେ ଲାଗିବ ଲାଲ ଏବଂ ନୀଳ ରଙ୍ଗର ବତୀ ? ଲିଷ୍ଟରୁ ବାଦ ପଡ଼ିଲେ ମମତା ଏବଂ ରାଜ୍ୟପାଳ

25/07/2021 at 4:42 PM

କୋଲକାତା ୨୫/୭: ପଶ୍ଚିମବଙ୍ଗର ପରିବହନ ବିଭାଗ ଭିଆଇପି ଏବଂ ଜରୁରିକାଳୀନ ଅଧିକାରୀଙ୍କ ଏକ ଲିଷ୍ଟ ବାହାର କରିଛି ଯେଉଁମାନେ ସେମାନଙ୍କ ଗାଡ଼ିରେ ବତୀ  ଲଗାଇପାରିବେ। ଏହି ସୂଚୀରୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଧାନସଭା ବାଚସ୍ପତି ଏବଂ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ବାଦ ଦିଆଯାଇଛି।  ୨୦୧୭ରେ କେନ୍ଦ୍ର ସରକାର ଭିଭିଆଇପିଙ୍କ ପାଇଁ ସମସ୍ତ ପ୍ରକାର ବେକନ୍‌ ଲାଇଟ୍‌ ଉପରେ ପ୍ରତିବନ୍ଧ ଲଗାଇଦେଇଥିଲେ ।

କିନ୍ତୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ବିଧାନସଭା ବାଚସ୍ପତି ଏବଂ କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଗାଡ଼ିରେ ବତୀ ଲାଗିଥିଲା। କାରଣ ରାଜ୍ୟ ସରକାର ସେହି ବର୍ଷ କୌଣସି ପ୍ରକାର ନିର୍ଦେଶ ଜାରି କରିନଥିଲେ। ତେବେ ପଶ୍ଚିମବଙ୍ଗ ସରକାର ଏବେ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଅଧିକାରୀ, ଏବଂ ଜରୁରିକାଳୀନ କାର୍ତ୍ତବ୍ୟରେ ନିୟୋଜିତ ଗାଡ଼ିରେ ଲାଇଟ୍‌ ଲଗାଇବାକୁ ଅନୁମତି ଦିଆଯାଇଛି ।

୨୦୧୪ରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ, ସମସ୍ତ ଭିଆଇପି ଗାଡ଼ିରେ ନାଲି ବତୀ ବ୍ୟବହାର ହୋଇପାରିବେ ନାହିଁ। ଏହା ପରେ ବେଙ୍ଗଲ ସରକାର ଅଧିକାଂଶ ଭିଆଇପିଙ୍କୁ ବିଶେଷାଧିକାର ପାଇଁ ସୂଚୀ ଜାରି କରିଥିଲେ। ଏହା ପରେ କେନ୍ଦ୍ର ସରକାର ବିପତ୍ତି ପ୍ରବନ୍ଧନ କର୍ତ୍ତବ୍ୟରେ ନିୟୋଜିତ ବ୍ୟକ୍ତି ନିଜ ଗାଡ଼ିରେ ବହୁ ରଙ୍ଗର (ଲାଲ, ଧଳା ଏବଂ ନୀଳ) ଲାଇଟ୍‌ ବ୍ୟବହାର କରିପାରିବେ ବୋଲି କହିଥିଲେ । ଏହାକୁ ନେଇ ରାଜ୍ୟ ସରକାର ଯଦିଓ କୌଣସି ବିଜ୍ଞପ୍ତି ଦେଇନଥିଲେ କିନ୍ତୁ ଗାଡ଼ି ଆଗରେ ଲୋଗୋ ଏବଂ ପତାକା ପାଇଁ ଅନୁମତି ଦେଇଥିଲେ ।

   Related Posts