ଫୁଟବଲରୁ ଅବସର ନେଲେ କିମ୍ବଦନ୍ତୀ ଫୁଟବଲର ଓ୍ବେନ୍ ରୋନୀ, ଡର୍ବି କାଉଣ୍ଟିର ପ୍ରବନ୍ଧକ ଭାବେ ନେଲେ ଦାୟିତ୍ବ

Published By : Prameya-News7 Bureau | January 15, 2021 IST

ନୂଆଦିଲ୍ଲୀ ୧୫/୦୧ : ଫୁଟବଲରୁ  ଅବସର ନେଲେ ଇଂଲଣ୍ଡର ତାରକା ଫୁଟବୁଲର ଓ୍ବେନ୍‌ ରୋନୀ । ସେ ବିଧିବଦ୍ଧ ଭାବେ ପ୍ରଫେସନାଲ ଫୁଟବଲରୁ ଅବସର ନେବା ସହ ସେ ବର୍ତ୍ତମାନ ଡର୍ବି କାଉଣ୍ଟିରେ ଫୁଲ୍ ଟାଇମ୍ ମ୍ୟାନେଜର ହେବା ନେଇ ଘୋଷଣା କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଓ୍ବେନ୍‌ ରୋନୀ ମୋଟ ୫୩ଟି ଗୋଲ କରିଛନ୍ତି । ଏହା ସହ ସେ ମଞ୍ଚେଷ୍ଟର ୟୁନାଇଟେଡ୍‌ ଟିମର ସବୁଠାରୁ ଅଧିକ ଗୋଲ ସ୍କୋରର ହେବାର ଗୌରବ ଅର୍ଜନ କରିଛନ୍ତି ।

୨୦୦୪ ମସିହାରେ ମାତ୍ର ୧୮ ବର୍ଷ ବୟସରେ ସେ ୟୁନାଇଟେଡ୍ ଟିମରେ ଯୋଗଦେବା ସହିତ ଏଯାଏଁ ମୋଟ ୫୩ଟି ଗୋଲ କରିବାରେ ସକ୍ଷମ ହୋଇଥିଲେ । ଏହା ସହ ତାଙ୍କ ଟିମ ୫ ଥର ପ୍ରିମିୟର ଲିଗ ଟାଇଟଲ, ଗୋଟିଏ ଥର ଏଫଏ କପ୍ , ଲିଗ୍‌ କପ ୩ଥର, ଥରେ ଚାମ୍ପିୟନ ଲିଗ୍‌ ଟାଇଟଲ ଏବଂ ଗତ ବର୍ଷ ୟୁରୋପ ଲିଗ୍‌ରେ ଚାମ୍ପିୟନ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଓ୍ବେନ ମୋନୀ ।

ଏହା ସହ ସେ କେବଳ ୟୁନାଇଟେଡ୍‌ର ରେକର୍ଡ ଗୋଲ ସ୍କୋରର ବବି ଚାର୍ଲଟୋନ୍‌ଙ୍କୁ ପଛରେ ପକାଇନାହାନ୍ତି ବରଂ ଇଂଲଣ୍ଡ ପକ୍ଷରୁ ଖେଳି ମୋଟ ୧୨୦ ମ୍ୟାଚରୁ ୫୩ଟି ଗୋଲ ହାସଲ କରିଛନ୍ତି । ବର୍ତ୍ତମାନ ସେ ଡର୍ବି କାଉଣ୍ଟିର ଅନ୍ତରୀଣ ପ୍ରବନ୍ଧକ ଭାବେ କାର୍ଯ୍ୟ କରିବେ । ତେବେ ଫୁଟବଲରୁ ଅବସର ନେବା ପରେ ପ୍ରତିକ୍ରିୟା ଦେଇ ଓ୍ବେନ୍‌ ମୋନୀ କହିଛନ୍ତି, ‘ଅବସର ପରେ ଅନ୍ୟକିଛି ଅଫର ଛାଡି ସିଧାସଳଖ  ଡର୍ବି କାଉଣ୍ଟିକୁ ବାଛି ନେଇଥିଲି ।  ମୁଁ କ୍ଲବରେ ସହ ଜଡିତ ସମସ୍ତ ସଦସ୍ୟ ଏବଂ ଆମର ପ୍ରଶଂସକ, ମୋର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି’ ।

ଏହା ସହ ନୂଆ କାର୍ଯ୍ୟଭାର ଦାୟିତ୍ବ ନେଇଥିବାରୁ ଖୁସିଥିବା ସେ କହିଛନ୍ତି । ଏହା ସହ ଆଗାମୀ କିଛି ଦିନ ମଧ୍ୟରେ ଡର୍ବି କାଉଣ୍ଟିକୁ ଆଗକୁ ନେବା ପାଇଁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ଓ୍ବେନ୍‌ ରୋନୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.