Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ବିହାରରେ ସରିନି ବିଧାନସଭା ନିର୍ବାଚନ, ସେପଟେ ରାଷ୍ଟ୍ରପତି ନିର୍ବାଚିତ ହେଲେଣି ଜଣେ ବିହାରୀ

28/10/2020 at 9:07 PM

ଭିକ୍ଟୋରିଆ: ବିହାର ବିଧାନସଭା ଲାଗି ବୁଧବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି। ସେପଟେ ବିହାର ଗୋପାଲ ଗଞ୍ଜ ବରୌଲୀ  ଅନ୍ତର୍ଗତ ପରସୌନୀର ୱାଭେଲ ରାମ କଲୱାନ ହୀନ୍ଦ ମହାସାଗରୀୟ ଦ୍ୱୀପ ଦେଶ ସେସେଲ୍ସର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ଖବର ପ୍ରଚାରିତ ହେବା ପରେ ସମଗ୍ର ପରସୌନୀ ସମେତ ଗୋପାଲ ଗଞ୍ଜରେ ଖୁସୀର ଲହରି ଖେଳିଯାଇଛି।

ରାମକଲୱାନ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଡ୍ୟାନୀ ଫାରେଙ୍କୁ ବହୁମତରେ ପରାସ୍ତ କରିଛନ୍ତି। ରାମକଲାବନଙ୍କୁ ୫୪ ପ୍ରତିଶତ ଭୋଟ ମିଳିଥିବା ଜଣାପଡିଛି। ନବ ନିର୍ବାଚିତ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶ୍ୱର ବିଭିନ୍ନ ଦେଶରୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରାୟ ୨ ବର୍ଷ ପୂର୍ବେ ରାମକଲାବନ ତାଙ୍କ ପୈତୃକ ଗ୍ରାମକୁ ଆସିଥିଲେ। ଏଠାରେ ସେ କିଛିଦିନ ଅବସ୍ଥାନ ମଧ୍ୟ କରିଥିଲେ। ଏହି ସମୟରେ ସେ ତାଙ୍କ ଗ୍ରାମବାସୀଙ୍କୁ ଆରଥରକୁ ଆସିବା ବେଳକୁ ରାଷ୍ଟ୍ରପତି ଭାବେ ଆସିବେ ବୋଲି କହିଯାଇଥିଲେ। ଯାହା ଏବେ ସାକାର ହେବାକୁ ଯାଉଛି।

ଦେଶର ଅନ୍ୟତମ ପଛୁଆ ରାଜ୍ୟ ବିହାରର ଗୋପାଲ ଗଞ୍ଜ ବରୌଲୀ ବ୍ଲକ୍ ପରସୌନୀ ବାସିନ୍ଦା ହେଉଛନ୍ତି ରାମକଲାବନ। ତେବେ ଦୀର୍ଘ ବର୍ଷରୁ ତାଙ୍କ ପରିବାର ସିସିଲ୍ସ ଚାଲିଯାଇଛନ୍ତି। ତାଙ୍କ ପାରିବାରିକ ନିକଟ ସମ୍ପର୍କିୟଙ୍କ  ଅନୁସାରେ ରାମକଲାବନଙ୍କ ପୂର୍ବଜ ପ୍ରାୟ ୧୩୫ ବର୍ଷରୁ ଊର୍ଦ୍ଧ୍ୱକାଳ ହେଲା ଗାଁରେ ନାହାନ୍ତି। ସେମାନେ କୋଲକାତା ରାସ୍ତାରେ ମରିସସ ଆଖୁ କିଆରିରେ କାମ କରିବା ଲାଗି ଯାଇଥିଲେ। ପରେ ସେଠାରୁ ସେମାନେ ସିସିଲ୍ସ ଚାଲିଯିବା ସହ ସେଠାରେ ବସବାସ କରୁଛନ୍ତି। 

ରାମ କଲାବନଙ୍କ ପରିବାର ଦେଶ ଛାଡିବା ବେଳେ ଭାରତ ଇଂରେଜ ଶାସନାଧୀନ ଥିଲା। ଏମାନେ ଗିରମିଟିଆ( ଠିକାଶ୍ରମିକ) ଭାବେ ଆଖୁ ଖେତରେ କାମ କରିବାକୁ ଯାଇଥିଲେ। ବିହାରର ଲୋକେ ସେଠାରେ ନିଜ ଉଦ୍ୟମରେ ନିଜ ସାମ୍ରାଜ୍ୟ ସ୍ଥାପନା କରିବାରେ ସଫଳ ହୋଇଛନ୍ତି। ଯାହାର ଉଦାହରଣ ହେଉଛନ୍ତି  ୱାଭେଲ ରାମକଲାବନ। ୧୯୬୧ ମସିହାରେ ସେସେଲ୍ସରେ  ରାମକଲାବନଙ୍କ ଜନ୍ମ ହୋଇଥିଲା।

   Related Posts