ପୁରୀ ଜିଲ୍ଲା କଣାସ ବ୍ଲକର ହଳଦୀପଦର ଗାଁ ଲୋକେ ଏବେବି ଜଳବନ୍ଦୀ ; ପହଞ୍ଚିନାହିଁ ପ୍ରଶାସନ

Published By : Prameya-News7 Bureau | October 15, 2018 IST

ପୁରୀ ୧୫|୧୦: ତିତଲି ବାତ୍ୟା ଗଲା, ବର୍ଷା ବି ଛାଡିଲା । ହେଲେ ପୁରୀ ଜିଲ୍ଲା କଣାସ ବ୍ଲକର ହଳଦୀପଦର ଗାଁ ଲୋକେ ଏବେବି ଜଳବନ୍ଦୀ ହୋଇ ରହିଛନ୍ତି । ବର୍ଷ। ଋତୁ ଆସିଲେ ଗ୍ରାମବାସୀଙ୍କ ଛନକା ପଶେ । କାରଣ ଗାଁ ପାଖ ଦେଇ ଯାଇଥିବା ମଲାଗୁଣି ନଦୀ ଫୁଲିଯାଏ । ଆଉ ପାଣି ଆସି ଗାଁରେ ପଶେ। ଦୀର୍ଘ ଦିନ ଧରି ଲାଗି ରହିଛି ଏହି ସମସ୍ୟା । ଅଭିଯୋଗ କଲେ ବି ଶୁଣିବାକୁ କେହିନାହିଁ। ଏବେ ପ୍ରବଳ ବର୍ଷା ପରେ ତିନିଦିନ ଧରି ଗ୍ରାମବାସୀ ପାଣିଘେରରେ ଅଛନ୍ତି, ହେଲେ  ଏ ଯାଏଁ ପହଞ୍ଚିନି ପ୍ରଶାସନ। ଦୀର୍ଘଦିନ ଧରି ଗ୍ରାମବାସୀ ସମସ୍ୟାରେ ଘାଣ୍ଟି ହେଉଛନ୍ତି ।  ସମସ୍ୟାର ସ୍ଥାୟୀ ପ୍ରତିକାର ପାଇଁ ଲୋକଙ୍କ ଦାବି ପ୍ରତି କାହାରି ଯେମିତି ନଜର ନାହିଁ । ଶୀଘ୍ର ସମସ୍ୟାର ସମାଧାନ ନେଇ କଣାସ ବିଡ଼ିଓ ପ୍ରତିଶ୍ରୁତି ଦେଇଛନ୍ତି । ଏପଟେ କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.