ଲଗାଣ ବର୍ଷାରେ ବେହାଲ ରାଜଧାନୀ : ରାସ୍ତା ଉପରେ ଜମିଛି ବର୍ଷା ପାଣି, ବିଭିନ୍ନ ଅଞ୍ଚଳବାସୀ ଜଳବନ୍ଦୀ
2/07/2019 at 8:59 AM

ଭୁବନେଶ୍ବର ୨|୭: ଲଗାଣ ବର୍ଷାରେ ବେହାଲ ରାଜଧାନୀ । ରାତି ତମାମ ଝିପଝିପ ବର୍ଷା ଲାଗି ରହିଥିବା ବେଳେ ଏବେବି ବର୍ଷା ହେଉଛି । ଫ୍ଲାଏ ଓଭରରୁ ଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ଛକ, ବସ୍ତି ଓ ଖାଲୁଆ ରାସ୍ତାରେ ପାଣି ଜମି ରହିଛି ।

ବିଶେଷ କରି ଫୋନି ବାତ୍ୟା ପରେ ନିଜ ଘର ସଜାଡି ପାରି ନଥିବା ବସ୍ତି ବାସିନ୍ଦା ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଚାର୍ଯ୍ୟ ବିହାର, ଜୟଦେବ ବିହାର ରସୁଲଗଡ, ଫ୍ଲାଏଓଭର, ଜାଗମରା ନ୍ୟୁ ଏୟାର ପୋର୍ଟ ରୋଡ, ଜାଗମରା ମଲ୍ଲିକ କଂପ୍ଲେକ୍ସ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଦେଖିବାକୁ ମିଳିଛି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021