ପାହାନ୍ତିଆ କାଳବୈଶାଖୀ ତାଣ୍ଡବ : ଘଣ୍ଟାଏ ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଲହଡି ମାରୁଛି ପାଣି

Published By : Prameya-News7 Bureau | May 29, 2020 IST

ଭୁବନେଶ୍ବର ୨୯।୫: ରାଜଧାନୀ ଭୁବନେଶ୍ବରରେ ପାହାନ୍ତିଆରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ବିଜୁଳି, ଘଡଘଡି ସହ ବର୍ଷା ପବନ ଘଣ୍ଟାଏ ଧରି ଅସ୍ତବ୍ୟସ୍ତ କରି ପକାଇଥିଲା । ଘଣ୍ଟାଏ ବର୍ଷାରେ ରାଜଧାନୀର ଅନେକ କଲୋନୀରେ ପାଣି ଲହଡି ମାରୁଛି । ଭୁବନେଶ୍ବରର ଅନେକ ସ୍ଥାନରେ ନାଳ କାମ ସରିନଥିବାରୁ ବର୍ଷା ପାଣି ଜମି ରହିଛି ।

{"id":277653,"sizeSlug":"large"}

ଏପଟେ ପ୍ରବଳ ପବନରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । କିଛି ସ୍ଥାନରେ ବିଦ୍ୟୁତ୍ ତାର ଛିଣ୍ଡି ପଡିଥିବାରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଯାଇଛି । ଭୁବନେଶ୍ବର ଉପକଣ୍ଠରେ ମଧ୍ୟ କାଳବୈଶାଖୀ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି ।

{"id":277639,"sizeSlug":"large"}

ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ଦେଖିବାକୁ ମିଳିଥିଲା । କିଛି ସ୍ଥାନରେ ବ୍ରଜାଘାତରେ ଜୀବନହାନୀ ହୋଇଥିବା ଖବର ମଧ୍ୟ ଆସିଛି । ବାଲେଶ୍ଵର ଜିଲ୍ଲାରେ ବଜ୍ରାଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲିଆପାଳ କେନ୍ଦୁଡିହା ଗାଁରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଭୋଗରାଇ ବ୍ଲକ୍ ବଡ଼ପାହି ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.