୩୦ ବର୍ଷ ପରେ ହଠାତ ପୁଣି ବୋହିବାକୁ ଲାଗିଲା ପ୍ରାଚୀନ ଝରଣା: ନିଜ ତପ ବଳରେ ଝରଣା ପ୍ରକଟ କରିଥିଲେ ପାଣ୍ଡବ

Published By : Prameya-News7 Bureau | September 12, 2021 IST

ଅହମଦାବାଦ ୧୨/୦୯: ଅରାବଲୀ ପର୍ବତର ସୌନ୍ଦର୍ଯ୍ୟ ମଧ୍ୟରେ ମୋହବତାବାଦ ଗାଁକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚା ହେଉଛି। ଚର୍ଚ୍ଚା ପଛରେ ରହିଛି ଏଠାକାର ସୁନ୍ଦର ଓ ଆକର୍ଷଣୀୟ ଝରଣା ଯାହା ୩୦ ବର୍ଷ ପରେ ପୁଣି ଫୁଟି ଉଠିଛି। ଅଞ୍ଚଳରେ ଏଥର ଭଲ ବର୍ଷା ହୋଇଥିବାରୁ ଝରଣାକୁ ନୂଆ ଜୀବନ ମିଳିଛି ଓ ଏହା ନିଜର ପୁରୁଣା ରୂପକୁ ଫେରି ଆସିଛି।

୩୦ ବର୍ଷ ପୂର୍ବରୁ ଖନନ ଓ ବର୍ଷାଭାବ ଯୋଗୁଁ ଝରଣା ଶୁଖି ଯାଇଥିଲା। ଫଳରେ ଏଠାକୁ ଲୋକଙ୍କ ଯିବା ଆସିବା ମଧ୍ୟ ବନ୍ଦ ହୋଇଯାଇଥିଲା। ଝରଣା ପୁଣି ବର୍ଷା ଯୋଗୁଁ ନିଜ ପୁରୁଣା ରୂପକୁ ଫେରି ଆସିଛି ଓ ପର୍ଯ୍ୟଟକଙ୍କ ପାଇଁ ମନୋରମ ଦୃଶ୍ୟ ପ୍ରସ୍ତୁତ କରୁଛି। ଲୋକଙ୍କ ଯିବା ଆସିବା ଗତ ୩୦ ବର୍ଷ ହେଲା ବହୁତ କମି ଯାଇଛି। କିନ୍ତୁ ଧୀରେ ଧୀରେ ଲୋକେ ପୁଣି ଏଠାକୁ ଆସିବାକୁ ଲାଗିଲେଣି।

{"id":510305,"sizeSlug":"full","linkDestination":"none"}

କୁହାଯାଏ ଯେ ଯେତେବେଳେ ପାଣ୍ଡବ ଇଦ୍ରପ୍ରସ୍ଥ ସହର ସ୍ଥାପନା କରିଥିଲେ, ସେତେବେଳେ ଅରାବଲୀ ପର୍ବତରେ ନିଜ ତପସ୍ୟା ବଳରେ ଅନେକ ଝରଣା ପ୍ରକଟ କରିଥିଲେ। ଏହି ଝରଣାମାନଙ୍କ ମଧ୍ୟରୁ ଗୋଟିଏ ହେଲା ଅରାବଲୀ ପର୍ବତମାଳାରୁ ବାହାରିଥିବା ମୋହବତାବାଦ ଗାଁର ଝରଣା। କୁହାଯାଏ ଯେ ଏହି ସ୍ଥାନ ଉଦୟାଲକ ଋଷିଙ୍କ ତପଭୂମି। ଏଠାରେ ସେହି ଗୁମ୍ଫା ମଧ୍ୟ ଅଛି ଯେଉଁଠି ସେ ତପସ୍ୟା କରୁଥିଲେ। ଗୁମ୍ଫାରେ ବିଶାଳ ଶିଳା ରହିଛି ଯାହା କୌଣସି ସାହାରା ବିନା ଅଟକି ରହିଛି। ଲୋକେ ଏହି ଗୁମ୍ଫାକୁ ପୂଜା କରିବାକୁ ଏଠାକୁ ଆସନ୍ତି। ଝରଣା ପୁଣି ବୋହିବା ପରେ ଆଖପାଖ ଲୋକଙ୍କ ଯିବା ଆସିବା ଆରମ୍ଭ ହୋଇଯାଇଛି ଓ ଲୋକେ ବହୁତ ଆନନ୍ଦିତ ମଧ୍ୟ ଅଛନ୍ତି।

{"id":510302,"sizeSlug":"full","linkDestination":"none"}

ପାଣ୍ଡଵଙ୍କ ଦ୍ୱାରା ଅବତରିତ କରାଯାଇଥିବା ଏହି ଝରଣା ୩୦ ବର୍ଷ ପୂର୍ବରୁ ବର୍ଷ ସାରା ଲଗାତାର ବୋହୁଥିଲା। ଏଥିରେ ଅରାବଲୀ ପର୍ବତରେ ୭ଟି କୁଣ୍ଡ ନିର୍ମିତ ହୋଇଥିଲା। ଏହାର ତଳେ ନିର୍ମିତ ହୋଇଥିବ ଏକ କୁଣ୍ଡରେ ଲୋକେ ସ୍ନାନ କରୁଥିଲେ। ଗତ କିଛି ବର୍ଷ ହେଲା ଅତ୍ୟଧିକ ଖନନ ଓ ବର୍ଷାଭାବ ଯୋଗୁଁ ଏହାର ପ୍ରାକୃତିକ ଶୁଖି ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.