ଚିଲିକା ମଝିରେ ଚକ୍ରବାତ : ପାଣି ମଝିରେ ଭୟଙ୍କର ଦୃଶ୍ୟ ଦେଖି ଲୋକେ ଆତଙ୍କିତ

Published By : Prameya-News7 Bureau | September 23, 2019 IST

କୃଷ୍ଣପ୍ରସାଦ ୨୩।୯: ଚିଲିକା ମଝିରେ ଚକ୍ରବାତ । ପାଣି ମଝିରେ ଏପରି ଭୟଙ୍କର ଦୃଶ୍ୟ ଦେଖି ଆତଙ୍କିତ ହୋଇ ପଡିଛନ୍ତି ଅଂଚଳବାସୀ । କିଛି ଦିନ ତଳେ ଏପରି ଘୂର୍ଣ୍ଣିଝଡ଼ ଚିଲିକାରେ ଦେଖିବାକୁ ମିଳିଥିଲା । ବାଲୁଗାଁ ଚିଲିକା ଉନ୍ନୟନ  କର୍ତ୍ତୃପକ୍ଷଙ୍କ ଅଫିସ ନିକଟରୁ ପ୍ରାୟ ୧ କିଲୋମିଟର ଦୂରରେ ଚିଲିକା ପାଣି ହଠାତ୍ ଉପରକୁ ଉଠିଯାଇଥିଲା । ଏହାର ରୂପ ଏକ ଫନେଲ୍ ଭଳି ଦେଖିବାକୁ ମିଳିଥିଲା । ଚକ୍ରବାତରେ କିଛି କ୍ଷତି ହୋଇନଥିଲେ ବି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା ।

ଗତକାଲି ଅପରାହ୍ନ ୪ଟାରୁ ପ୍ରାୟ ୧୫ ମିନିଟ୍ ଧରି ଏଭଳି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଥିଲେ । ତେବେ  ଚିଲିକା ଜଳରାଶି ଉପରେ ଏହି ଘୂର୍ଣ୍ଣିଝଡ଼ ହୋଇଥିବାରୁ ସ୍ଥଳଭାଗରେ ବିଶେଷ କ୍ଷୟକ୍ଷତି ହୋଇନାହିଁ । ପବନ ସହିତ ଚିଲିକାରୁ ପ୍ରବଳ ବେଗରେ ପାଣି ଉଠିବା ଦେଖାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.