Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ୨୭୫କୋଟି ଟଙ୍କା ବ୍ୟୟ ବରାଦ କଲା କ୍ୟାବିନେଟ୍‌, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଅଞ୍ଚଳବାସୀ

19/07/2021 at 8:45 PM

ଆଠଗଡ଼, ୧୯/୦୭: ଗ୍ରାମାଞ୍ଚଳର ଉନ୍ନତ ନାଗରିକ ଜୀବନର ବିଭିନ୍ନ ଆବଶ୍ୟକତା ମଧ୍ୟରୁ ବିଶୁଦ୍ଧ ପାନୀୟ ଜଳ ଏକ ଅପରିହାର୍ଯ୍ୟ ଆବଶ୍ୟକତା। ରାଜ୍ୟ ସରକାରଙ୍କ ଏକ ବଡ ଲକ୍ଷ ସମସ୍ତ ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ । ନିର୍ଦ୍ଧାରିତ ସମୟ ମଧ୍ୟରେ ଗ୍ରାମଞ୍ଚଳର ପ୍ରତ୍ୟେକ ଘରକୁ ଘର ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ୨୭୫କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।  ମେଗା ପାନୀୟ ଜଳ ପକଳ୍ପ ନିମନ୍ତେ କ୍ୟାବିନେଟ ମଞ୍ଜୁର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଠଗଡ ନିର୍ବାଚନ ମଣ୍ଡଳୀର ଜନସାଧାରଣ ।

ଆଠଗଡ ଅଞ୍ଚଳରେ ବିଭିନ୍ନ ସମୟରେ ପାନୀୟ ଜଳ ପାଇଁ କେତେବେଳେ ଖଣ୍ଡ ଯୁଦ୍ଧ ତ କେତେବେଳେ ରାସ୍ତା ଅବରୋଧ ଦେଖିବାକୁ ମିଳିଥାଏ। ରାତି ପାହିଲେ ଗରା,  ଡେକେଚି ଧରି ମହିଳା ମାନେ ପାଣି ପାଇଁ ଲମ୍ବା ଲାଇନ ଲଗାଉଛନ୍ତି । ଏବେ ଏହି ସମସ୍ୟାର ସମାଧାନ ପାଇଁ ଦୀର୍ଘ ଦିନ ହେବ ଦାବି କରି ଆସୁଥିଲେ ଅଞ୍ଚଳବାସୀ। ଏହି ମେଗା ପାନୀୟ ଜଳ ପକଳ୍ପ ନିମନ୍ତେ କ୍ୟାବିନେଟ ମଞ୍ଜୁର ମିଳିବା ପରେ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।

କେବଳ ପାନୀୟ ଜଳ ସମସ୍ୟା ନୁହେଁ ଲୌହଜଳ ପାଇଁ ତିଗିରିଆ ଅଞ୍ଚଳରେ କିଡିନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ଏହି ପ୍ରକଳ୍ପ ଯୋଗୁଁ କେବଳ ତିଗିରିଆ ନୁହେଁ ଆଠଗଡ ନିର୍ବାଚନ ମଣ୍ଡଳୀର ୫୩ଟି ପଞ୍ଚାୟତରର ପାଖାପାଖି ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହୋଇପାରିବେ । ଆଠଗଡ ବିଜୁ ଜନତା ଦଳ ପକ୍ଷରୁ ଅଞ୍ଚଳ ସ୍ଥିତ ଶ୍ରୀରାମ ପ୍ୟାଲେସ୍ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ  ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଧନ୍ୟବାଦ ଦେଇଛନ୍ତି।

ଏହି ପ୍ରକଳ୍ପ ଯୋଗୁଁ ଆଠଗଡ ବ୍ଲକର ୧୮୬ଟି ଗାଁ ସହ ତିଗିରିଆ ବ୍ଲକର ୪,୮ ବାଙ୍କି ବ୍ଲକର ୨୪ ଓ ଟାଙ୍ଗି- ଚୌଦ୍ବାର ବ୍ଲକର ୪ଟି ଗାଁର ୪ଲକ୍ଷରୁ ଉର୍ଦ୍ଧ୍ବ ଜନ ସାଧାରଣ ପାନୀୟ ଜଳ ପାଇପାରିବେ ତେବେ ଦେଖିବାକୁ ବାକି ରହିଲା କେବେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଲୋକମାନେ ପାଣି ପାଇପାରୁଛନ୍ତି ।

   Related Posts