ରାଉରକେଲାରେ ଭୁଶୁଡ଼ିଲା ୭୦ଫୁଟର ପାଣି ଟାଙ୍କି

Published By : Prameya-News7 Bureau | August 27, 2018 IST

ରାଉରକେଲା ୨୭/୮ : ଭୁଶୁଡ଼ିଲା ପାଣି ଟାଙ୍କି । ରାଉରକେଲା ସିଭିଲ ଟାଉନସିପ୍ ସ୍ଥିତ ସ୍ବେରେଜ୍ ବୋର୍ଡ କାର୍ଯ୍ୟାଳୟରେ ଥିବା ପାଣି ପରିସରରେ ଥିବା ପିଏଚଡି ପାଣି ଟାଙ୍କିଟି ଭୁଶୁଡିପଡିଛି । ତେବେ ଟାଙ୍କି ପାଖରେ କେହି ନଥିବା ଫଳରେ ଏଥିରେ କେହି ମୃତାହତ ହୋଇନଥିବା ଜଣାପଡିଛି । ପାଣି ଟାଙ୍କି ନିକଟରେ ଏକ ନୂଆ ପାଣି ଟାଙ୍କି ପାଇଁ ଗାତ ଖୋଳାଯାଉଥିଲା । ବିନା ମାଟି ପରୀକ୍ଷାରେ ପାଣି ଟାଙ୍କିଟି ଖୋଳାଯାଉଥିବା ଅଭିଯୋଗ ମଧ୍ୟ ଆସୁଛି । ୨୦-୨୫ ବର୍ଷ ପୂର୍ବରୁ ତିଆରି ହୋଇଥିଲା ଏହି ୭୦ଫୁଟର ପାଣି ଟାଙ୍କି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.