Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଦିଲ୍ଲୀ ଉପରେ ଦୋହରା ମାଡ଼, କରୋନାରେ ଶନିବାର ଜାତୀୟ ରାଜଧାନୀରେ ବନ୍ଦ ରହିବ ଜଳ ଯୋଗାଣ

30/04/2021 at 10:22 PM

ନୂଆଦିଲ୍ଲୀ ୩୦।୪:  ପ୍ରଥମରୁ କରୋନା ସଂକଟରେ ଛଟପଟ ହେଉଥିବା ଦିଲ୍ଲୀବାସୀଙ୍କୁ ଶନିବାର ପାନୀୟ ଜଳ ସଂକଟର ସମ୍ମୁଖୀନ ହେବାକୁ ପଡିବ। ଏ ନେଇ ଦିଲ୍ଲୀ ଜଳ ବୋର୍ଡ ଶୁକ୍ରବାର ଅଗ୍ରୀମ ସୂଚନା ଦେଇଛନ୍ତି। ରାଷ୍ଟ୍ରୀୟ ରାଜଧାନୀକୁ ପାନୀୟ ଜଳ ଯୋଗାଇ ଦେଉଥିବା ପ୍ରାୟ ସବୁ ୱାଟରଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଏବେ ଖାଲି ପଡିଛି। ଏଣୁ ଶନିବାର ଦିଲ୍ଲୀର ପ୍ରାୟ ଅଞ୍ଚଳକୁ ଜଳ ଯୋଗାଣ ବନ୍ଦ ରହିବ ବୋଲି ସୂଚିତ କରାଯାଇଛି। ତେବେ ଏହା କେବଳ ଶନିବାର ଲାଗି ନା ଜାତୀୟ ରାଜଧାନୀରେ ଏହି ଠାରୁ ଗ୍ରୀଷ୍ମ ଜଳ ସଂକଟ ଆରମ୍ଭ ହେଲା ତାହା ଏବେଠୁ କହିବା ମୁସ୍କିଲ।   

ଦିଲ୍ଲୀକୁ ହରିୟାଣାରୁ ଯମୁନା ନଦୀରେ ପାଣି ଆସିଥାଏ। ତେବେ ଶୁକ୍ରବାର କମ୍‌ ପାଣି ଦେବା ଏପରି ପରିସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀ ବାସୀନ୍ଦାଙ୍କ ଲାଗି ବାସ୍ତବିକ ଏହି ସୂଚନା ଭଲ ସୂଚନା ହୋଇ ନପାରେ। କାରଣ ଏଠାରେ କରୋନା ଦ୍ୱିତୀୟ ଲହର ଏବେ ସାଂଘାତିକ ରୂପ ଧାରଣ କରିଛି। ଏଥିରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ଦିନକ ଲାଗି ହେଉ ପଛେ ଜଳ ଯୋଗାଣ ପ୍ରଭାବିତ ହେବା ଲୋକଙ୍କ ଦିନଚର୍ଯ୍ୟାକୁ ପ୍ରଭାବିତ କରିବ ବୋଲି ଆଶଙ୍କା କରାଗଲାଣି।

କରୋନା ଯୋଗୁ ଏବେ ଦିଲ୍ଲୀରେ ପଦାକୁ ବାହାରିବାକୁ ବି ଭୟ ଲାଗୁଛି। ହେଲେ ସେମାନେ ଶାନ୍ତିରେ ଘରେ ମଧ୍ୟ ରହିପାରୁ ନାହାନ୍ତି। ହରିୟାଣା ଜଳ ଯୋଗାଣ ହ୍ରାସ କରିବା ଯୋଗୁ ୱଜିରାବାଦ, ଚନ୍ଦ୍ରାବଲ ଏବଂ ଓଖଲା ୱାଟରଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟରେ ପର୍ଯ୍ୟାପ୍ତ ପାଣି ନାହିଁ। ଏଣୁ ଶନିବାର ଦିଲ୍ଲୀକୁ ଜଳ ଯୋଗାଣ ସମ୍ଭବ ନୁହେଁ ବୋଲି ସୂଚିତ କରିଦିଆଯାଇଛି। ଏଭଳି ପରିସ୍ଥିତିରେ ମଧ୍ୟ, ଉତ୍ତର, ଦକ୍ଷିଣ, ପଶ୍ଚିମ ଦିଲ୍ଲୀ ସମେତ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳକୁ ମଧ୍ୟ ଜଳ ଯୋଗାଣ ହୋଇ ନପାରେ। ତେବେ କେଉଁ ପର୍ଯ୍ୟନ୍ତ ଜଳ ଯୋଗାଣ ସ୍ୱଭାବିକ ହେବ ତାହା ମଧ୍ୟ ସଠିକ କହି ହେଉନି। ଏବେ ପୋଖରୀରୁ ପାଣି ଉଠାଇ ଜଳ ଯୋଗାଣ ଲାଗି ବିଚାର କରାଯାଉଛି। ହେଲେ ପୋଖରୀ ଗୁଡିକର ଜଳସ୍ତରରେ ସୁଧାର ଆସିବା ପର୍ଯ୍ୟନ୍ତ ଦିଲ୍ଲୀକୁ ଜଳ ସଂକଟର ସମ୍ମୁଖୀନ ହେବାକୁ ପଡିପାରେ ବୋଲି ସତର୍କ କରାଯାଇଛି।

   Related Posts