ପାଣି ପାଇଁ ହାହାକାର : ପାଓମେକ୍ସ ଷ୍ଟିଲ୍ କାରଖାନା ଆଖପାଖ ଗାଁଗୁଡିକରେ ଘୋର ପାଣି ସମସ୍ୟା

Published By : Prameya-News7 Bureau | June 10, 2019 IST

କାରଖାନା ଟିଏ ହେଲେ ଲୋକଙ୍କୁ ଜିଁଇବାର ରାହା ଦେଖାଇଥାଏ ବୋଲି କୁହାଯାଏ । ଲୋକମାନଙ୍କର ଆଶାଟିଏ ଥାଏ କାରଖାନା ଟିଏ ହେଲେ, ଲୋକଙ୍କୁ ରୋଜଗାର ମିଲିବ, ପାଖ ଗାଁ କୁ ସୁବିଧା ମିଲିବ ହେଲେ ଲୋକଙ୍କୁ ସୁବିଧା ଦେବା ତ ଦୂରର କଥା ଓଲଟା ଲୋକଙ୍କ ମୁହଁରୁ ପାଣି ଛଡାଇ ନେଉଛି । ନିଜ କର୍ମଚାରୀ ଓ କାରଖାନା ପାଇଁ ପାଣି ଯୋଗାଉଥିବା  ନେଇ କାରଖାନା ଆଖପାଖ ଗାଁ ଗୁଡିକର ପାଣିର ସମସ୍ୟା ସାଜିଛି ପାଓମେକ୍ସ ଷ୍ଟିଲ୍ କାରଖାନା । 

{"id":121725}

ପାଣି ପାଇଁ ସବୁଠି ହାହାକାର । ପାଣି ଟୋପାଏ ପାଇଁ ନଳକୂପରେ ଚାଲିଛି ମହିଳାଙ୍କ ପ୍ରୟାସ । ଗୋଟାଏ ବାଲଟି ପାଣି ବାହାରିବା ତ ଦୂରର କଥା ଗୋଟିଏ ମୁନ୍ଦା ବି ପଡୁନାହିଁ । ଇଏ ହେଉଛି ଟିଟିଲାଗଡ ଭାଟିପଡା ଗାଁର ଦୃଶ୍ୟ ।  ଗାଁରେ ବାସ କରନ୍ତି ୨ ରୁ ୩ ହଜାର ଲୋକ । ନଳକୂପ ବି ଅନେକ । ହେଲେ ସବୁ ଅଚଳ ହୋଇ ପଡିଛି । ଗାଁର ୨ ରୁ ୩ ଟି ନଳକୂପକୁ ଚାଲୁଥିବା ବେଳେ ଖରା ଦିନ ଆସିଲେ ସେଇଠୁ ବି ପାଣି ବାହାରିବା ମୁସ୍କିଲ ହୋଇପଡିଥାଏ ।

{"id":121728}

ଯାହା ବି ବାହାରେ ଦୂଷିତ  ପାଣି ବାହାରିଥାଏ । ଠିକ୍ ମେ ଓ ଜୁନ ମାସରେ ଗାଁର କୂଅ ମଧ୍ୟ ଶୁଖି ଯାଇଥାଏ । କୁହାଯାଏ ଯେ, ପାଉମେକ୍ସ କାରଖାନା ନିଜ କର୍ମଚାରୀ ଓ କାରଖାନା ପାଇଁ ଯୋଗାଣ କରିଥାଏ  । କାରଖାନା ଓ ଆଖପାଖ ଗାଁରେ ଗଭୀର ନଳକୂପ ଖୋଳି କାରଖାନା ପାଇଁ ଯୋଗାଣ କରିଥାଏ । ଯେଉଥି ପାଇଁ ଭାଟିପଡା ଓ ତୁର୍ଲା ରେ ଅନେକ ପ୍ରଭାବିତ ହୋଇଥାଏ । 

{"id":121726}

ପାଓମେକ୍ସ ଷ୍ଟିଲ କାରଖାନା ତୁର୍ଲା ଓ ଭାଟିପଡା ନିକଟରେ ଅନେକ ଗଭୀର ବୋରୱେଲ ଖୋଲିଥିବାରୁ ସେଥିରୁ ୩ ଟି ବୋରୱଲ ନିୟମିତ କାର୍ଯ୍ୟକ୍ଷମ ଥିବାବେଳେ ଗାଁରେ ଥିବା ନଳକୂପ ଓ କୂଅରେ ଜଳସ୍ତର କମୁଥିବା ଅଭିଯୋଗ କରିଛନ୍ତି । କାରଖାନା ଓ କର୍ମଚାରୀଙ୍କ ପାଇଁ ପାଣି ଯୋଗାଣ କରିଥାଏ ।

{"id":121729}

ଯାହାକି ଆଖପାଖ ଗାଁରେ ଚାଷ ପାଇଁ ମଧ୍ୟ ସମସ୍ୟା ଉପୁଜି ଥାଏ । ଗଭୀର ବୋରୱେଲ ପାଇଁ ଜଳସ୍ତର କମୁଥିବା ବେଳେ ମାଟିର ଆଦ୍ରତା କମିଥାଏ ଓ ସେଥିପାଇଁ ମାଟି ଶୁସ୍କ ହେଉଥିବାରୁ ବର୍ଷ। ଦିନରେ ମଧ୍ୟ ଚାଷ ପାଇଁ ସମସ୍ୟା ଦେଖାଯାଇଥାଏ । କିଛି ବର୍ଷ ପୂର୍ବେ ଟିଟିଲାଗଡ ଅଞ୍ଚଳରେ ଚାଷ ଜମିରେ ଚାଷପାଇଁ କଙ୍କଡା ଯୋର ମାଧ୍ୟମରେ ଜଳସେଚନ ପ୍ରକଳ୍ପ ଆରମ୍ଭ ହୋଇଥିଲା ।

{"id":121727}

ଏହି କେନାଳ ପ୍ରକଳ୍ପ ପାଓମେକ୍ସ କାରଖାନା ନିକଟରେ ଓ କାରଖାନା ଜମିଦେଇ ଯାଉଥିବା ବେଳେ ମାଟିତଳେ କାରଖାନାର ବିଦ୍ୟୁତ ତାରର ଥିବା ଆଳ ଦେଖାଇ ବନ୍ଦ କରିଦିଆଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏହି କାରଖାନା ଜୁଳାଇ ୧୯୯୦ ମସିହାରେ ୭୦  କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ପାଓମେକ୍ସ ଷ୍ଟିଲ୍ କାରଖାନା ଓ ଏହାକୁ ଶିଳାନ୍ୟାସ କରିଥିଲେ ତତ୍କାଳିନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ।

{"id":121731}

କାରଖାନା ହେବା ପରେ ଲୋକଙ୍କ ଅନେକ ଆଶା ଥିଲା ହେଲେ ତାହା ଆଶାରେ ରହିଗଲା । ଏ ସର୍ମ୍ପକରେ ପ୍ରଶାସନଙ୍କୁ ମଧ୍ୟ ନିବେଦନ କରିଥିଳେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଏ ବିଷୟରେ ଇନକ୍ୟାରୀ କରାଯିବାପରେ ପଦକ୍ଷେପ ଗ୍ରହଣ କରାଯିବା ବୋଲି କହିଛନ୍ତି ଟିଟିଲାଗଡ ଉପଜିଲ୍ଳାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.