ପାଣି ପାଇଁ ରାସ୍ତାରୋକ

Published By : Prameya-News7 Bureau | June 08, 2018 IST

ପାଣି ପାଇଁ ରାସ୍ତାରୋକ । ବୌଦ୍ଧ ଜିଲ୍ଲା ଜହ୍ନାପଙ୍ଗ ନିକଟରେ ୫୭ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ଜହ୍ନାପଙ୍ଗ ଗ୍ରାମବାସୀ । ରାସ୍ତାରେ ଗରା, ବାଲଟି, ମାଠିଆ ରଖି ରାସ୍ତାରୋକ କରିଚନ୍ତି ଗ୍ରାମବାସ । ଗାଁରେ ଦୀର୍ଘ ଦିନ ହେଲା ପାଣି ସମସ୍ୟା ଲାଗି ରହିଛି । ସମସ୍ୟା ନେଇ ଲୋକେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିଲାନି । ଶେଷରେ ପ୍ରଶାସନଠୁ ନିରାଶ ହୋଇ ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଜହ୍ନାପଙ୍ଗ ଗ୍ରାମବାସୀ । ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଛି । ଫଳରେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.