ସରିଲା ପୂଜା, ବିଦାୟ ନେଲେ ମା : ବିସର୍ଜନ ପରେ ବିଭିନ୍ନ ସ୍ଥାନରୁ ଜଳ ନମୁନା ସଂଗ୍ରହ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ

Published By : Prameya-News7 Bureau | October 21, 2018 IST

ଭୁବନେଶ୍ୱର ୨୧/୧୦ : ସରିଲା ପୂଜା, ବିଦାୟ ନେଲେ ମା । ଗତକାଲି ବିଭିନ୍ନ ସ୍ଥାନରେ ମାଙ୍କ ଭଷାଣ ଉତ୍ସବ ଅନୁଷ୍ଠିତ ହୋଇଛି । ଭୁବନେଶ୍ବରରେ ମଧ୍ୟ ଶାନ୍ତି ଶୃଂଖଳାର ସହ ଭଷାଣ ଉତ୍ସବ କରାଯାଇଛି । ଦୟା ନଦୀ, କୁଆଖାଇ ନଦୀ ଓ ଟଙ୍କପାଣି ନିକଟରେ କରାଯାଇଥିବା ଅସ୍ଥାୟୀ ପୋଖରିରେ ରାଜଧାନୀରେ ହୋଇଥିବା ୧୮୦ଟି ମେଢ ବିସର୍ଜନ କରାଯାଇଛି ।ତେବେ ଆଜି ସକାଳୁ ବିଏମ୍ସି ପକ୍ଷରୁ ଅସ୍ଥାୟୀ ପୋଖରି ନିକଟରେ ପଢିଥିବା ଆବର୍ଜନାକୁ ଉଠାଇ ଡମ୍ପିଂୟାର୍ଡକୁ ନିଆଯାଇଛି । ସେହିପରି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରୁ ଜଳ ନମୁନା ସଂଗ୍ରହ କରାଯାଇଛି । ପୂଜା ମଣ୍ଡପ ଗୁଡିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇଲ ପାଳନ କରିଛନ୍ତି କି ନାହିଁ ସେନେଇ ଯାଞ୍ଚ କରାଯିବ । ଏହାପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଛି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.