ଏପର୍ଯ୍ୟନ୍ତ ରାଜ୍ୟର ୬୯ ବ୍ଲକ୍‌ରେ ୩୫ ପ୍ରତିଶତ ଜଳ ସେଚନ ସୁବିଧା ହୋଇପାରିନାହିଁ, ମାନିଲେ ମନ୍ତ୍ରୀ

Published By : Prameya-News7 Bureau | November 15, 2019 IST

ଭୁବନେଶ୍ବର ୧୫।୧୧: ୨୦୦୯  ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟରେ ୨୮ଲକ୍ଷ ୬୯ ହଜାର ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା କରାଯାଇଥିଲା । ୨୦୦୯ ମସିହା ଅପ୍ରେଲ ମାସଠାରୁ ୨୦୧୯ ମସିହା ଜୁନ୍ ମାସ ଶେଷ ସୁଦ୍ଧା ଆଉ ଅଧିକ ୧୩ ଲକ୍ଷ ୪୯ ହଜାର ହେକ୍ଟର ଚାଷ ଜମିରେ ଜଳ ସେଚନ ସୁବିଧା କରାଯାଇଛି । ମୋଟ୍ ୪୨ ଲକ୍ଷ ୧୮ ହଜାର ହେକ୍ଟର ଚାଷ ଜମିରେ ଜଳ ସେଚନ ସୁବିଧା କରାଯାଇଛି । ରାଜ୍ୟର ପ୍ରାୟ ୨୨ ପ୍ରତିଶତ ଜଳସେଚନର ଅଭିବୃଦ୍ଧି ହୋଇଛି । ରାଜ୍ୟ ସରକାର ପ୍ରତି ବ୍ଲକ୍ ରେ ୩୫ ପ୍ରତିଶତ ଜଳ ଯୋଗାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ସେଥିପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ବିଧାନସଭା ପ୍ରଶ୍ନୋତ୍ତର କାଳରେ ରାଜ୍ୟରେ ଜଳସେଚନ ସାମର୍ଥ୍ୟକୁ ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ସୂଚନା ଦେଇଛନ୍ତି ।  

{"id":184439,"sizeSlug":"large"}

୨୦୧୯ ମସିହା ଜୁନ୍ ମାସ ଶେଷ ସୁଦ୍ଧା ରାଜ୍ୟରେ ୩୧୪ଟି ବ୍ଲକ୍  ମଧ୍ୟରୁ ୨୪୫ଟି ବ୍ଲକ୍ ରେ ୩୫ପ୍ରତିଶତରୁ ଅଧିକ ଚାଷ ଜମିରେ ଜଳ ସେଚନ ସୁବିଧା କରାଯାଇଛି । ବୈଷୟିକ ଓ ଭୌଗୋଳିକ ଦୃଷ୍ଟି କୋଣରୁ ୬୯ଚି ବ୍ଲକ୍ ରେ ଏପର୍ଯ୍ୟନ୍ତ ୩୫ ପ୍ରତିଶତ ଚାଷ ଜମିକୁ ଜଳ ସେଚନ ସୁବିଧା ପ୍ରଦାନ କରାଯାଇପାରିନାହିଁ ।

{"id":184440,"width":578,"height":314,"sizeSlug":"large"}

ଏହି ସବୁ ବ୍ଲକ୍ ଗୁଡିକରେ ଜଳ ସେଚନ ବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ନିର୍ମାଣାଧୀନ ସେଚ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତ୍ତିରେ ସଂପୂର୍ଣ୍ଣ କରିବା ସହ ଚେକ୍ ଡ୍ୟାମ୍, ଗଭୀର ନଳକୂପ, ଅଗଭୀର ନଳକୂପ, ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ଧାର୍ଯ୍ୟ ଲକ୍ଷ ହାସଲ ପାଇଁ ପଦକ୍ଷେପ ନିଆଯାଉଛି ।

{"id":184442,"sizeSlug":"large"}

ଚଳିତ ବର୍ଷ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ରାଜ୍ୟରେ ଅଧିକ ୨ଲକ୍ଷ ୬୫ ହଜାର ହେକ୍ଟର ଚାଷ ଜମିରେ ଜଳ ସେଚନ ସୁବିଧା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାନସଭାରେ ଉତ୍ତର ରଖିଛନ୍ତି ।

{"id":184445,"sizeSlug":"large"}
{"id":184446,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.