ବାତ୍ୟା ଓ ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗର ୮୭କୋଟିର କ୍ଷତି : ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ

Published By : Prameya-News7 Bureau | May 31, 2021 IST

ଭୁବନେଶ୍ବର ।୫: ବାତ୍ୟା ଓ ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗର ୮୭ କୋଟି କ୍ଷୟକ୍ଷତି ହୋଇଛି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି । କ୍ଷୟକ୍ଷତି ନେଇ ସରକାରଙ୍କୁ ପ୍ରାଥମିକ ଆକଳନ ରିପୋର୍ଟ ଦେଇଛି ବିଭାଗ । ବୃହତ ଜଳ ପ୍ରକଳ୍ପ ଓ ଲୁଣାବନ୍ଧରେ  କ୍ଷତି ହୋଇଛି ୬୯.୧୮ କୋଟି । ଡ୍ରେନେଜରେ ୭.୬୬ କୋଟି କ୍ଷତି । ଉଠା ଜଳସେଚନ ପ୍ରକଳ୍ପରେ ପ୍ରାୟ ୨.୬୩ କୋଟି କ୍ଷତି । ମାଧ୍ୟମ ପ୍ରକଳ୍ପରେ ୭.୦୮ କୋଟି କ୍ଷୟକ୍ଷତି ହୋଇଛି ।

ବାଲେଶ୍ବରରେ ଏବେବି କିଛି ଅଞ୍ଚଳ ଜଳମଗ୍ନ ଥିବାରୁ ସମ୍ପୂର୍ଣ୍ଣ ଆକଳନ କରାଯାଇପାରିନାହିଁ । ସୋମବାର ସୁଦ୍ଧା ସ୍ଥିତି ସ୍ବାଭାବିକ ହେବା ପରେ ଆକଳନ କରାଯିବ । ବର୍ତ୍ତମାନ ସୁଦ୍ଧା ଛୋଟ ଓ ବଡ ଘାଇକୁ ମିଶାଇ ୩୫ଟି ଘାଇ ମରାମତି କରାଯାଇଛି । ମୋଟ୍ ୭୭ ଘାଇ ହୋଇଛି । ବାଲେଶ୍ଵରରେ ଲୁଣବନ୍ଧ ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ମୌସୁମୀ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ମରାମତି କରାଯିବ । ବନ୍ୟା ସ୍ଥିତିରେ ସୁଧାର ଆସୁଛି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.