Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମହାନଦୀରେ ଛୋଟ ଧରଣର ବନ୍ୟା ହୋଇଛି, କୌଣସି ବିପଦ ନାହିଁ : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

18/09/2021 at 12:15 PM

ଭୁବନେଶ୍ବର ୧୮।୯: ବନ୍ୟା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ । ସେ କହିଛନ୍ତି, ପରିସ୍ଥିତିରେ ସୁଧାର ଆସିଛି । ହୀରାକୁଦ ଜଳ ଭଣ୍ଡାରର ଗେଟ୍ ବନ୍ଦ ହେବା ଆରମ୍ଭ ହୋଇଛି । ଆହୁରି ଗେଟ୍ ବନ୍ଦ ହୋର ସମ୍ଭାବନା ରହିଛି ।

ସେପଟେ ମୁଣ୍ଡଳୀରେ ୬ ଲକ୍ଷ ୭୬ କ୍ୟୁସେକ୍ ଜଳ ପାସ୍ କରିଛି । ପଂପୋଷରେ ଜଳସ୍ତର କାମୁଛି । ରେଙ୍ଗାଲୀକୁ ଉପଯୁକ୍ତ ସ୍ଥିତିରେ ରଖିବା ପାଇଁ ୨ଟି ଗେଟ୍ ଖୋଲା ରହିବ । ବ୍ରାହ୍ମଣୀ ନଦୀର ଜଳସ୍ତର କାମୁଛି । ଜରନାପୁରରେ ବିପଦ ସଂକେତ ତଳେ ଅଛି ବ୍ରାହ୍ମଣୀ ନଦୀ ।  ଆଳି ଅଂଚଳରେ ସବୁଠି ଜଳସ୍ତର କମ୍ ଅଛି ।  ଆଳି ଅଂଚଳରେ ବିଶେଷ ଅସୁବିଧା ହେବ ନାହିଁ । ସୁବର୍ଣ୍ଣରେଖା ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ବାଲିଆପାଳରେ ବନ୍ଧ ଛୋଟ ଛୋଟ ଖାଇଛି । ତାହାର ମରାମତି କାମ ଚାଲିଛି ।

ମହାନଦୀ ସିଷ୍ଟମରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଛି । ଛୋଟ ଧରଣର ବନ୍ୟା ହୋଇଛି । କୌଣସି ବିପଦ ନାହିଁ ।  ମୁଣ୍ଡଳୀଠାରେ ୬ ଲକ୍ଷ ୬୭ ହଜାର କ୍ୟୁସେକ୍ ଜଳ ଅତିକ୍ରମ କରୁଛି ।  ଗତ ୩ରୁ ୪  ଘଣ୍ଟା ହେଲା ଏ ସ୍ଥିତି ରହିଛି । ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶ କମିଛି । ତେଣୁ ଏବେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯାଉଛି। ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦାର ଜଳସ୍ତର କମିଛି। ବନ୍ୟା ପରିସ୍ଥିତି ନାହିଁ ।

କିଛି ତଳି ଅଞ୍ଚଳରେ ବର୍ଷା ପାଣି ଅଟିକିଛି । ଚାଷୀମାନଙ୍କ ଜମିରେ ଯଥେଷ୍ଟ ପାଣି ଅଛି ଚାଷ କରିବା ପାଇଁ । ଯଦି ପାଣି ଅଭାବ ହେବ ତାହେଲେ ଜଳ ଭଣ୍ଡାରରୁ ପାଣି ଯୋଗାଇ ଦିଆଯିବ । ମଧ୍ୟମ ଧରଣର ୪୪ଟା ଜଳଭଣ୍ଡାରରୁ ୨୦ଟିରେ ୭୫ ପ୍ରତିଶତରୁ ଅଧିକ ଜଳ ଅଛି । ୧୧ ଟାରେ ୫୦ରୁ ୭୫ ପ୍ରତିଶତ,  ୧୩ଟାରେ  ୫୦ ପ୍ରତିଶତରୁ କମ୍ ଅଛି ।  ୨ଟା ମଧ୍ୟମ ଜଳଭଣ୍ଡାର ପୂର୍ଣ୍ଣ ଅଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ।

   Related Posts