ମାଫିଆଙ୍କ କବଳରେ ଜୋବ୍ରା ବ୍ୟାରେଜ, ମାଛ ପାଇଁ ମୁଣ୍ଡ ଗଡିବା ପରେ ଚେତିଲେ ଜଳସମ୍ପଦ ବିଭାଗ ଓ ପୋଲିସ, ଏବେ ମିଳିମିଶି ଜଗିବେ ବ୍ୟାରେଜ

Published By : Prameya-News7 Bureau | June 13, 2019 IST

କଟକ ୧୩।୬:  ରାଜ୍ୟ ଜଳସମ୍ପଦ ବିଭାଗ ଓ ବ୍ୟାରେଜ୍‌ ଡିଭିଜନ ଅଧୀନରେ ଥିବା ମହାନଦୀର ଯୋବ୍ରା ବ୍ୟାରେଜ୍‌ ଏବେ ମାଛ ମାଫିଆଙ୍କ କବଳରେ  । ପ୍ରତିଦିନ କ୍ବିଣ୍ଟାଲ କ୍ବିଣ୍ଟାଲ ମାଛ ମାରି ମୁନାଫା କମାଉଥିବା ମାଫିଆ ଏଥି ପାଇଁ ମଣିଷ ମାରିବାକୁ ବି ପଛାଉନାହାନ୍ତି । ଆଉ ମାଫିଆଙ୍କ ଠାରୁ ହାତଗୁଞ୍ଜା ପାଇ ବେଶ  ପକେଟ୍‌ ଗରମ୍‌ କରୁଛନ୍ତି ସରକାରୀ କର୍ମଚାରୀ  ।

{"id":122700}

ଏବେ ଯେତେବେଳେ ମାଛମରାକୁ କେନ୍ଦ୍ରକରି ଗ୍ୟାଙ୍ଗଓ୍ବାରରୁ ମର୍ଡ଼ର ପର୍ଯ୍ୟନ୍ତ କଥା ଯାଉଛି ସେତେବେଳେ ଉଭୟ ପୋଲିସ ଓ ଜଳସମ୍ପଦ ବିଭାଗର ଚେତା ପଶିଛି । ଆଉ ଆକ୍ସନକୁ ଆସିଛନ୍ତି ଜଳ ସମ୍ପଦ ବିଭାଗ ଓ ବ୍ୟାରେଜ୍‌ ଡିଭିଜନ୍‌ କର୍ତ୍ତୃପକ୍ଷ ।  ମିଳିମିଶି ଗେଟ୍‌ ଜଗିବାକୁ ନିଷ୍ପତ୍ତି କରିଛନ୍ତି ।ମାଛ ମରାକୁ କେନ୍ଦ୍ର କରି ଗ୍ୟାଙ୍ଗଓ୍ବାର୍‌ ସାମ୍ନାକୁ ଆସିଛି । ଅପରାଧୀ ତପନ  ନାୟକର ମୁଣ୍ଡ ଗଡ଼ିଛି ।ଇତି ମଧ୍ୟରେ ପୋଲିସ ତପନ୍‌ ମର୍ଡ଼ର କେଶ୍‌ରେ ଅନ୍ୟ ଜଣେ ଅଭିଯୁକ୍ତ ବଳିଆ ଓରଫ ବଳରାମ୍‌ ପାତ୍ରକୁ ଗିରଫ କରିଛି ।

{"id":122701}

ତେବେ କେବଳ ଯୋବ୍ରା ବ୍ୟାରେଜ୍‌ ନୁହେଁ, କଟକର ଥିବା ବିରୂପା ବ୍ୟାରେଜ୍‌, ନରାଜ ବ୍ୟାରେଜ୍‌, ମୁଣ୍ଡଳୀ ବ୍ୟାରେଜ୍‌ ସବୁଠି ଚାଲିଛି ମାଛ ମାଫିଆଙ୍କ ରାଜ୍‌ । ଜଳ ସମ୍ପଦ ବିଭାଗ ଓ ବ୍ୟାରେଜ୍‌ ଡିଭିଜନ ଅଧିକାରୀ ଓ କର୍ମଚାରୀ କିଛି ଟଙ୍କା ନେଇ ଏଭଳି ବେଆଇନ୍‌ କାରବାରକୁ ପ୍ରୋତ୍ସାହନ ଦେଇଛନ୍ତି । କଥା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିବା ପରେ ଚେତା ପଶିଛି ବ୍ୟାରେଜ୍‌ ଡିଭିଜନର । ପୋଲିସ ସହ ଆଲୋଚନା କରିଛନ୍ତି ବ୍ୟାରେଜ ଡିଭିଜନ  ଅଧିକାରୀ । ଏଣିକି ପୋଲିସ ସହାୟତାରେ ଏଭଳି ବେଆଇନ୍‌ କାର୍ଯ୍ୟକୁ ରୋକିବାକୁ ପ୍ରୟାସ କରିବେ ବ୍ୟାରେଜ ଡିଭିଜନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.