ବଢୁଛି ଜଳସ୍ତର : ହୀରାକୁଦ ଜଳଭଣ୍ଡାରର ୨୪ଟି ଗେଟ୍ ଖୋଲା, ଜଳସ୍ତର ୬୨୫ଫୁଟ୍

Published By : Prameya-News7 Bureau | August 28, 2020 IST

ସମ୍ବଲପୁର ୨୮।୦୮:  ବଢ଼ିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ଜଳଭଣ୍ଡାରରେ ୬ ଲକ୍ଷ ୫୬ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରିଛି । ଏବେ ଜଳଭଣ୍ଡାର ଜଳସ୍ତର ୬୨୫ ଫୁଟକୁ ଛୁଇଁଛି । ଜଳଭଣ୍ଡାରରୁ ୨୪ଟି ଗେଟ ଦେଇ ୩ ଲକ୍ଷ ୩୫ ହଜାର କ୍ୟୁସେକ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି ।

ମହାନଦୀର ଖଇରମାଲ ନିକଟରେ ୯ ଲକ୍ଷ ୪୦ ହଜାର, ବରମୂଳ ନିକଟରେ ୬ ଲକ୍ଷ ୧୦ ହଜାର ଓ ମୁଣ୍ଡଳୀ ନିକଟରେ ୭ ଲକ୍ଷ ୫୪ ହଜାର ଘନଫୁଟ ବନ୍ୟାଜଳ ପ୍ରତି ସେକେଣ୍ଡରେ ପ୍ରବାହିତ ହେଉଛି । ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ଆଉ କିଛି ଗେଟ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯିବା ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡଳୀ ନିକଟରେ ୮ ଲକ୍ଷ ରୁ ୯ ଲକ୍ଷ ମଧ୍ୟରେ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି । ମହାନଦୀରେ ଜଳପ୍ରବାହ ବୃଦ୍ଧି ପାଉଥିବାରୁ ଜଗତସିଂହପୁର, କେନ୍ଦ୍ରାପଡା ଓ ଖୋର୍ଦ୍ଧାର କିଛି ଅଂଚଳରେ ବନ୍ୟା ପରିସ୍ଥିତି ଦେଖାଯିବାର  ସମ୍ଭାବନା  ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.