Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଶୁଖିଲା ପଡିଛି ସୁନ୍ଦରଗଡ ସହରର ଜୀବନରେଖା ଇବ୍ ନଦୀ, ବଢିବାରେ ଲାଗିଛି ଜଳ ସଂକଟ

13/06/2019 at 4:13 PM

ସୁନ୍ଦରଗଡ ୧୩|୬: ସୁନ୍ଦରଗଡରେ ଜଳ ସଂକଟ ବଢିବାରେ ଲାଗିଛି । ସହରର ଜୀବନରେଖା କୁହାଯାଉଥିବା ଇବ୍ ନଦୀରୁ ଲୋକଙ୍କୁ ପାଣି ଯୋଗାଇଥାଏ ଜନସ୍ବାସ୍ଥ୍ୟ ବିଭାଗ । ହେଲେ ନଦୀରେ ପାଣି ଶୁଖିଯାଉଥିବାରୁ ସହରବାସୀଙ୍କ ଚିନ୍ତା ବଢିଯାଇଛି ।    

ଶୁଖିଲା ପଡିଛି ଇବ୍ ନଦୀ । ସୁନ୍ଦରଗଡବାସୀଙ୍କୁ ପାଣି ଯୋଗାଉଥିବା ଇବ୍ ନଦୀ ଶୁଖିବାକୁ ବସିଲାଣି ।  ଏହି ନଦୀର ପାଣି ଉପରେ ନିର୍ଭର କରନ୍ତି ସହରବାସୀ । ନଦୀରୁ ସହରବାସୀଙ୍କୁ  ପାଣି ଯୋଗାଇଥାଏ ଜନସ୍ବାସ୍ଥ୍ୟ ବିଭାଗ । ଏବେ ନଦୀରେ ଜଳାଭାବ ଲୋକଙ୍କ ଚିନ୍ତା ବଢାଇଛି ।

ସହର ପାଇଁ ଦୈନିକ ୮ ମେଟ୍ରିକ୍ ଲିଟର ପାଣି ଦରକାର ଥିବାବେଳେ ମାତ୍ର ୫ ମେଟ୍ରିକ ଲିଟର ପାଣି ଯୋଗାଇବାରେ ସକ୍ଷମ ବିଭାଗ । ଛତିଶଗଡ ସରକାର ନଦୀ ଉପରେ ଅନେକ ବ୍ୟାରେଜ ନିର୍ମାଣ କରିଥିବାରୁ ଏଭଳି ଅବସ୍ଥା ଦେଖାଦେଇଛି ।

ସୁନ୍ଦରଗଡ଼ରେ ପାଣି ଯୋଗାଣ ପାଇଁ ପାଇପ ଲାଇନ ବିଛାଯାଇଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ପାଣିଟାଙ୍କି ନିର୍ମାଣ କରାଯାଇଥିଲେ ବି ନଦୀରେ ବ୍ୟାରେଜ ତିଆରି ହୋଇପାରିନି । ସହରରେ ଜଳ ଅଭାବକୁ ସ୍ବୀକାର କରିଛନ୍ତି ଜନସ୍ବାସ୍ଥ୍ୟ ବିଭାଗର ଏସଡିଓ ।

ପ୍ରଶ୍ନ ଉଠୁଛି ନଦୀରେ ପାଣି ନଥିବା ବେଳେ ପାଇପ୍ ବିଛା ଓ ଟାଙ୍କି ନିର୍ମାଣ କେଉଁ ଉଦ୍ଦେଶ୍ୟରେ କରାଯାଉଛି ।

   Related Posts