Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : IGIT କଲେଜରେ ୨ ଛାତ୍ର ଗୋଷ୍ଠୀ ମଧ୍ୟରେ ହାତାହାତି, ହଷ୍ଟେଲରେ ପସି ଭଙ୍ଗାରୁଜା
  • ||
  • ଅଖିଳେଶ ଯାଦବ କରୋନା ପଜିଟିଭ୍‌, ନିଜେ ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

୮ ଦିନ ହେବ ଆସୁନି ପାଣି, ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ପଡ଼ାବାସୀ

5/03/2021 at 4:14 PM

ବଲାଙ୍ଗିର, ୦୫/୦୩: ରେକର୍ଡ ଭାଙ୍ଗିବାକୁ ବସିଲାଣି ଖରା । ଆରମ୍ଭରୁ ଲୋକେ ଡହଳ ବିକଳ ହେଲେଣି । ତା ସାଙ୍ଗକୁ ବଲାଙ୍ଗୀର ସହରର ୪ ନମ୍ବର ୱାର୍ଡ ଠିକାଦାର ପଡାରେ ଜଳ ସଂଙ୍କଟ ଏବେ  ଲୋକଙ୍କ ଦୁର୍ଦ୍ଦଶାକୁ ଆହୁରି ବଢ଼ାଇ ଦେଇଛି । ଏଠାରେ ଡ୍ରେନ ନିର୍ମାଣ ବେଳେ ପିଏଚଡି ପାଇପ ଭାଙ୍ଗିଯାଇଥିବାରୁ ଦୀର୍ଘ ୮ ଦିନ ହେଲା ପାଣି ବନ୍ଦ ରହିଛି । ଯେଉଁଥି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ପଡା ବାସି ।

ବଲାଙ୍ଗୀର ସହରରେ ସମୁଦାୟ ୨୧ଟି ୱାର୍ଡ ରହିଛି । ସେଥିମଧ୍ୟରୁ ୪ ନମ୍ବର ୱାର୍ଡ ଠିକାଦାରପଡାରେ ଏପରି ଘଟଣା ଦେଖିବାକୁ ମିଳିଛି । ଖରା ମାସ ଆସିଲେ ବିଭିନ୍ନ ପଡାରେ ଏଭଳି ସମସ୍ୟା ମାନ ଦେଖାଦେଇଥାଏ । କିନ୍ତୁ ଆରମ୍ଭରୁ ହିଁ ଠିକାଦାରଙ୍କ ଭୁଲ ପାଇଁ ଏବେ ପାଣି ନ ପାଇ ହନ୍ତସନ୍ତ ହେଉଛନ୍ତି ପଡାବାସି ।

ପାଖାପାଖି ୫ ଶହରୁ ଏକ ହଜାର ଲୋକ ପିଇବା ପାଣି ପାଇଁ ଏବେ ୮ ଦିନ ହେଲା ନାହିଁ ନଥିବା ହଇିରାଣ ହେଉଛନ୍ତି । ପୌରପରିଷଦ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପିଏଚଡି ବିଭାଗକୁ ଲିଖିତ ଭାବରେ ପଡ଼ାବାସୀ ଜଣାଇସାରିଛନ୍ତି । ହେଲେ ଏହାର ସମାଧାନ କରାଯାଇ ପାରିନାହିଁ । କିଛି ପରିବାର ପାଖରେ ଥିବା ନଳକୂପ ଉପରେ ନିର୍ଭର କରି ଚଳୁଛନ୍ତି ତ ଆଉ କିଛି ୧ କିଲୋମିଟର ଦୂରରେ ଥିବା ପିଏଚଡି କାର୍ଯ୍ୟାଳୟକୁ ଯାଇ ପାଣି ଆଣୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତୁରନ୍ତ ସମସ୍ୟାର ସମାଧାନ ପାଇଁ ପଡ଼ାବାସୀ ଦାବି କରିଥିବା ବେଳେ ପାଣି ନଆସିଲେ ପିଏଚଡି କାର୍ଯ୍ୟାଳୟ ଘେରିବା ସହ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନି ଦେଇଥିବା ଜଣାପଡ଼ିଛି ।

   Related Posts