ଲଗାଣ ବର୍ଷା ଯୋଗୁଁ ରାସ୍ତା ଉପରେ ପାଣି ; ଯାନବାହନ ଚଳାଚଳ ପ୍ରଭାବିତ

Published By : Prameya-News7 Bureau | August 15, 2018 IST

ରାୟଗଡା ୧୫/୮ : ଗତକାଲିଠାରୁ ରାୟଗଡା ଜିଲ୍ଲାରେ ଲଗାଣ ବର୍ଷ। ଯୋଗୁଁ ଜନ ଜୀବନ ପ୍ରଭାବିତ ହୋଇଛି। ଲଗାଣ ବର୍ଷ। ଯୋଗୁଁ ମୁନିଗୁଡା ବ୍ଲକର ମୁରିକୁପାଠାରେ ନାଳ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ରାୟଗଡା ଠାରୁ ଭବାନୀପାଟଣା ମଧ୍ୟରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ନାଳର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହନ ଅଟକି ରହିଛି । ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ରେଳ ଧାରଣା ଉପରେ ମଧ୍ୟ ପାଣି ରହିଥିବାରୁ ରେଳ ଚଳାଚଳ ବନ୍ଦ ହୋଇଛି । ମୁନିଗୁଡାଠାରେ ଭୁବନେଶ୍ୱର-ଜୁନାଗଡ ଲିଙ୍କ୍ ଏକ୍ସପ୍ରେସ ଏବଂ ରାୟଗଡାଠାରେ ବିଶାଖାପାଟନମ୍-ଦୁର୍ଗ ପାସେଞ୍ଜର ଅଟକି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.