Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଜଓ୍ବାଦ ଗଲା ପରେ ପୁରୀରେ ରାସ୍ତା ଉପରେ ଲହଡି ମାରୁଛି ପାଣି, ଦୁର୍ଗନ୍ଧ ଏବଂ ଦୂଷିତ ଜଳରେ ଘାଣ୍ଟି ହେଉଛନ୍ତି ଲୋକେ

6/12/2021 at 5:00 PM

ପୁରୀ ୬।୧୨: ବାତ୍ୟା ଜୱାଦ ନେଇ ପୁରୀବାସୀଙ୍କ ମନରେ ଥିବା ଭୟ ଟଳିଲା । ଆଉ ବର୍ଷା ବି ଛାଡିଲା । ପାଗ ପରିବର୍ତ୍ତନ ହୋଇ ଖରା ହେଉଥିଲେ ମଧ୍ୟ ରାସ୍ତା ଉପରେ ଲହଡି ମାରୁଛି ବର୍ଷା ଜଳ। ଦୁର୍ଗନ୍ଧ ଏବଂ ଦୂଷିତ ଜଳରେ ଘାଣ୍ଟି ହେଉଛନ୍ତି ପୁରୀ ୧ ନମ୍ବର ୱାର୍ଡର ମାଟିତୋଟା ଅଞ୍ଚଳ ବାସିନ୍ଦା। ଏହି ଅଞ୍ଚଳରେ ନା ଅଛି ଡ୍ରେନେଜ ବ୍ୟବସ୍ଥା, ନା ରହିଛି ଜଳ ନିଷ୍କାସନ ବ୍ୟବସ୍ଥା। ଦୀର୍ଘ ବର୍ଷ ଧରି ଏହି ୱାର୍ଡର ବାସିନ୍ଦାମାନେ ଏଭଳି ସମସ୍ୟା ଭୋଗୁଥିବା ବେଳେ ଏହାର ସ୍ଥାୟୀ ସମାଧାନ କରୁନାହିଁ ପୌର ପ୍ରଶାସନ।

ପୁରୀ ସହରବାସୀଙ୍କୁ ସେବା ଯୋଗାଇଦେବା ପାଇଁ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ମୁଖ୍ୟ ଦାୟିତ୍ଵ ଥିଲେ ମଧ୍ୟ ତାଙ୍କ ଅପରାଗତା ଯୋଗୁଁ ୱାର୍ଡ ବାସିନ୍ଦା ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ତେବେ ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ପୌର ନିର୍ବାଚନକୁ ସମ୍ପୂର୍ଣ୍ଣ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ୧ ନମ୍ବର ୱର୍ଡ ବାସିନ୍ଦା । 

ବାତ୍ୟା ଜୱାଦ ପ୍ରଭାବରେ ପୁରୀରେ ସ୍ବଳ୍ପ ବର୍ଷା ହୋଇଥିବା ବେଳେ କୌଣସି ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇନଥିବା କହି ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ । ୧ ନମ୍ବର ଓ୍ବାର୍ଡ ମାଟିତୋଟା ଅଞ୍ଚଳରେ ଆଜି ଯାଏଁ କାହିଁକି ଡ୍ରେନେଜ ବ୍ୟବସ୍ଥା କରିପାରି ନାହିଁ ପୌର ପ୍ରଶାସନ  ବୋଲି ପ୍ରଶ୍ନ ଉଠୁଛି । ସ୍ବଚ୍ଛତା ନାଁରେ ଡିଣ୍ଡିମ ପିଟୁଥିବା ପୁରୀ ପୌର ପ୍ରଶାସନ ପବିତ୍ର ପୁରୀ ଗର୍ବ ଆମରି ନାରା ଦେଉଥିବା ବେଳେ ୧ ନମ୍ବର ୱର୍ଡ ବାସିନ୍ଦା କାହାକୁ ନେଇ ଗର୍ବ କରିବେ ବୋଲି ପ୍ରଶ୍ନ କରିଛନ୍ତି। 

   Related Posts