ଚିଲିକାରେ ତିତଲିର ପ୍ରଭାବ ; ଅନେକ ଅଞ୍ଚଳ ଜଳମଗ୍ନ, ଭାଙ୍ଗିଲା ଲୋକଙ୍କ ଘରଦ୍ବାର

Published By : Prameya-News7 Bureau | October 12, 2018 IST

ଖୋର୍ଦ୍ଧା ୧୨|୧୦: ଲଗାଣ ବର୍ଷା ଯୋଗୁଁ ପାଣିଘେରରେ ରହିଛି ଚିଲିକାର ଅନେକ ଅଞ୍ଚଳ । ୮ଟି ଗାଁର ଲୋକ ଅଣ୍ଟାଏ ଅଣ୍ଟାଏ ପର୍ଯ୍ୟନ୍ତ ପାଣିରେ ରହିଛନ୍ତି । ବର୍ଷା ଲାଗିରହିବା ଯୋଗୁଁ ଅନେକ ଲୋକଙ୍କ ଘରଦ୍ବାର ଭାଙ୍ଗି ଯାଇଛି । ଏଯାଏଁ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚିନାହାନ୍ତି । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଚିଲିକା ବ୍ଲକର କେଦାରଶ୍ବର, ଜରିପଡା, ବାଲିନାସୀ, ପଞ୍ଚୁପାଟିଆ, ଖଡିପଦର, ପାଣିଦୁଆର, ତୋଟାପଡା, ମାଟିଆପଡା ଗାଁ ଲୋକ ଜଳବନ୍ଦୀ ହୋଇରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.