ଗାଁ ପାଲଟିଛି ପୋଖରୀ, ଲଘୁଚାପ ପରେ ଜଳବନ୍ଦୀ ଅବସ୍ଥାରେ ପୀରବଜାରବାସୀ

Published By : Prameya-News7 Bureau | September 21, 2021 IST

ସାଲେପୁର, ୨୧/୦୯: ଲଘୁଚାପ ଜନୀତ ଲଗାଣ ବର୍ଷାରେ ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ସାଲେପୁର ବ୍ଲକର ବହୁ ଅଂଚଳ ଜଳମଗ୍ନ ହୋଇ ରହିଛି। କଟକ ଜିଲ୍ଲା ସାଲେପୁର ବ୍ଳକ ଗୁଜରପୁର ପଂଚାୟତର ପୀରବଜାର ମସ୍‌ଜିଦ ଗଳିରେ ଏବେ ପାଣି ଘେରରେ ଅଛନ୍ତି ଲୋକେ । ବର୍ଷାଜଳ ନିଷ୍କାସନ ନ ହେବାରୁ ଏଭଳି ସମସ୍ୟା ଦେଖା ଦେଇଛି। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଲୋକମାନଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଛି। 

ଗୋରୁଗାଈ ଗୃହବନ୍ଧୀ। ଜନଜୀବନ ପ୍ରଭାବିତ। ଯାତାୟାତ ଠପ । ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ଜଳବନ୍ଦୀର ସମସ୍ୟା ଭୋଗୁଛନ୍ତୁ ଅଞ୍ଚଳବାସୀ। ସ୍କୁଲ, ମସ୍‌ଜିଦ ସବୁଆଡେ ଲଘୁଚାପ ଜନିତ ଜଳ  । ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହିଛି । ଜଳବନ୍ଦୀ ଭିତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ଅତିବାହିତ କରୁଛନ୍ତି  ଲୋକମାନେ । ଘରେ ମଧ୍ୟ ବିଭିନ୍ନ ବିଷାକ୍ତ ଜନ୍ତୁ ପଶୁଛନ୍ତି। ଏଭଳି କି ପିଲାମାନଙ୍କୁ ବିଭିନ୍ନ ରୋଗ ବ୍ୟାପିଲାଣି।

ଏପଟେ ଏଭଳି ସ୍ଥଳେ ବିପନ୍ନ ମାନଙ୍କ ପାଖରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ପହଞ୍ଚି ନଥିବା ଅଭିଯୋଗ ହୋଇଛି। ତୁରନ୍ତ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ଜଳମଗ୍ନ ଅଂଚଳ ପରିଦର୍ଶନ କରିବା ସହ ଜଳ ନିଷ୍କାସନ ଓ ସହାୟତା ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.