ଲଗାଣ ବର୍ଷାରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଗାଁର ଲୋକେ ଜଳବନ୍ଦୀ

Published By : Prameya-News7 Bureau | September 06, 2018 IST

ଜଗତସିଂହପୁର ୬|୯: ଲଘୁଚାପଜନିତ ଲଗାଣ ବର୍ଷାରେ ସାରା ଜଗତସିଂହପୁର ଜିଲ୍ଲାରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । ଦୁଇ ଦିନ ହେଲା ଅନବରତ ବର୍ଷା ଲାଗି ରହିଥିବାରୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଜୁଜଙ୍ଗ ବ୍ଲକରେ ୫ ଟିରୁ ଅଧିକ ଗାଁ ଜଳବନ୍ଦୀ ହୋଇ ରହିଥିବା ବେଳେ ପାରାଦୀପର ପିପିଏଲ କଲୋନୀର ଲୋକେ ଜଳ ବନ୍ଦୀ ହୋଇ ପଡିଛନ୍ତି । ସେହିପରି ବାଲିକୁଦା ବ୍ଲକ୍ ର ୧୦ଟିରୁ ଅଧିକ ଗାଁ ପାଣି ଘେରରେ ରହିଛି । ତିର୍ତୋଲ ବ୍ଲକର କାଠ କୋଟ, ହଂସୁର ଆଦି ଗାଁ ଜଳବନ୍ଦୀ ହୋଇ ପଡିଛି । ଚାଷ ଜମିରେ ଜଳ ନିଷ୍କାସନ ହୋଇ ନପାରିବାରୁ ଧାନ କ୍ଷେତ ବୁଡି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.