ଫାଣ୍ଡିରେ ପସିଲା ପାଣି, ଆଣ୍ଠୁଏ ଆଣ୍ଠୁଏ ପାଣିରେ କାର୍ଯ୍ୟ କରୁଛନ୍ତି ପୋଲିସ କର୍ମଚାରୀ

Published By : Prameya-News7 Bureau | August 05, 2020 IST

ବାଲିପାଟଣା ୦୫।୦୮: ଦୁଇ ଦିନର ଲଘୁଚାପ ଜନିତ ପ୍ରବଳ ବର୍ଷାରେ ବୁଡିଯାଇଛି ଅନେକ ଅଞ୍ଚଳ । ତେବେ ଲୋକଙ୍କ ଘର , ବାରିରେ ପାଣି ପସିବାର ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ପାଣି ଫାଣ୍ଠି ଭିତରେ ପଶିଛି ।  ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ମଧ୍ୟରେ ବର୍ଷାଜଳ ପ୍ରବେଶ କରିଛି ।

ବାଳକାଟି ଫାଣ୍ଡିରେ ପାଣି ପଶିବା ଦ୍ୱାର ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହୋଇଯାଇଛି । ଅଫିସରେ ଆଣ୍ଠୁଏ ଆଣ୍ଠୁଏ ପାଣି ରହିଛି । ଦିର୍ଘ ଦିନ ଧରି ଏଭଳି ସମସ୍ୟା ରହିଛି ଫାଣ୍ଡିର । ଅଳ୍ପ  ବର୍ଷା ହେଲେ ଫାଣ୍ଡିରେ ପାଣି ପଶି କାଗଜପତ୍ର ମଧ୍ୟ ଭିଜି ଯାଇଥାଏ । ତେବେ ଦୁଇ ଦିନ ଧରି ଏଭଳି ଲଘୁଚାପ ଜନିତ ପ୍ରବଳ ବର୍ଷାରେ ଫାଣ୍ଡି ଅବସ୍ଥା ଶୋଚନୀୟ ହୋଇଯାଇଛି  । ଯାହାଦ୍ୱାରା ପୋଲିସ୍ କର୍ମଚାରୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫାଣ୍ଡିକୁ ଅଭିଯୋଗକାରୀ ଆସିବାକୁ ସମସ୍ୟା ସୃଷ୍ଟି ହେଉଛି । ପରିବେଶ ଦେଖିଲେ ନଈ ବଢିର ଭ୍ରମ ସୃଷ୍ଟି ହେଉଛି । ତେବେ ଆସନ୍ତୁ ଦେଖିବା କିପରି ପୋଲିସ ଫାଣ୍ଡିରେ ପାଣି ପଶିଯାଇଛି…

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.