ଡ୍ରେନେଜ୍ ବ୍ୟବସ୍ଥା ନହେବାରୁ ୧୫ ଦିନ ହେବ ଜଳବନ୍ଦୀ ୧୦ରୁ ଉର୍ଦ୍ଧ୍ବ ପରିବାର, ପ୍ରତିବାଦରେ ତହସିଲ ଅଫିସ୍ ଆଗରେ ଦେଲେ ଧାରଣା

Published By : Prameya-News7 Bureau | September 12, 2019 IST

ସୋର ୧୨।୯: ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ ୬ ନମ୍ବର ୱାର୍ଡ଼ ସେଠୀ ସାହିର ରାସ୍ତା କାର୍ଯ୍ୟ ନୂତନ ଭାବେ ନିର୍ମାଣ ହୋଇଛି । ସ୍ଥାୟୀ ରାସ୍ତା ନିର୍ମାଣ ସରିଥିବାବେଳେ ଡ୍ରେନେଜ ହୋଇନଥିବାରୁ ଜଳ ନିସ୍କାସନ ବ୍ୟବସ୍ଥା ଠପ୍‍ ହୋଇଯାଇଛି ଯାହା ଫଳରେ ଏବେ ୧୦ରୁଉର୍ଦ୍ଧ୍ବ ପରିବାର ୧୫ ଦିନ ହେବ ଜଳବନ୍ଦୀ ହୋଇ ଜୀବନଯାପନ କରୁଛନ୍ତି ।

{"id":156495}

ରାସ୍ତା ନିର୍ମାଣ ବେଳେ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ  ସ୍ଥାନୀୟ ଲୋକମାନେ ବାହାନଗା ତହସିଲଦାର ଦେବଯାନୀ ଭୂୟାଁଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ପରେ ତହସିଲ ତରଫରୁ ଜଳ ନିସ୍କାସନ ବ୍ୟବସ୍ଥା ଠପ୍‍ ହୋଇଥିବାରୁ ସରକାରୀ ଜମି କେତେ ଲୋକମାନେ ଅକ୍ତିଆର କରିଛନ୍ତି ତାହାକୁ ମାପି ଚିହ୍ନ ଦେଇଥିଲେ ।  କିନ୍ତୁ  ତହସିଲଦାର ଜବରଦଖଲ ଉଚ୍ଛେଦ ନକରି, ଡ୍ରେନେଜ ବ୍ୟବସ୍ଥା ନ କରାଯାଇ ଆର.ଡି ବିଭାଗ  ଠିକାଦାରଙ୍କ ଦ୍ବାରା କଂକ୍ରିଟ  ରାସ୍ତା ନିର୍ମାଣ କରିଥିଲେ ଯାହା ଫଳରେ ଜଳ ନିସ୍କାସନ ନ ହୋଇ ଘର ଭିତରକୁ  ପାଣି ପସିବା ସହିତ ରାସ୍ତା ଗୁଡିକ ବୁଡି ଯାଇଛି  ।

{"id":156496}

ବାଧ୍ୟ ହୋଇ ଏହି ପରିବାର ମାନେ ବର୍ଷାରେ ଓଦା ହୋଇ ତହସିଲ ଆଗରେ ଧାରଣାରେ ବସି ରହିଛନ୍ତି ଯେତେ ପର୍ଯ୍ୟନ୍ତ ପ୍ରଶାସନ ଜଳ ନିଷ୍କାସନ ପାଇଁ କିଛି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ସେତେ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ପୀଡିତ ପରିବାରମାନେ କହିଛନ୍ତି ।

{"id":156497}

ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ତାଙ୍କ କହିବା ଅନୁଯାଇ ଏହି ରାସ୍ତାଟି ଆରଡି ବିଭାଗ କରିଛନ୍ତି । ତାଙ୍କ ସହିତ କଥା ହୋଇ ଯଥାଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ଧାରଣାରେ ବସିଥିବା ପୀଡିତ ପରିବାରଙ୍କୁ ଆଶ୍ବାସନା ମଧ୍ୟ ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.