Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ବର୍ଷାରେ ବୁଡିଲା ଟ୍ବିନ୍ ସିଟ୍ : ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଅବସ୍ଥା, ଘରେ ପଶିଲା ନର୍ଦ୍ଦମା ପାଣି

2/07/2019 at 3:42 PM

ଭୁବନେଶ୍ବର|କଟକ ୨|୭: ଲଗାଣ ବର୍ଷାରେ ବେହାଲ ଟ୍ବିନ ସିଟି । ରାତି ତମାମ ଭୁବନେଶ୍ବରରେ ଝିପଝିପ ବର୍ଷା ଲାଗି ରହିଥିବା ବେଳେ ଏବେବି ବର୍ଷା ହେଉଛି । ଫ୍ଲାଏ ଓଭରରୁ ଠାରୁ ଆରମ୍ଭ କରି ରାଜଧାନୀର ବିଭିନ୍ନ ଛକ, ବସ୍ତି ଓ ଖାଲୁଆ ରାସ୍ତାରେ ପାଣି ଜମି ରହିଛି । ବିଶେଷ କରି ଫୋନି ବାତ୍ୟା ପରେ ନିଜ ଘର ସଜାଡି ପାରି ନଥିବା ବସ୍ତି ବାସିନ୍ଦା ନାହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଚାର୍ଯ୍ୟ ବିହାର, ଜୟଦେବ ବିହାର ରସୁଲଗଡ, ଫ୍ଲାଏଓଭର, ଜାଗମରା ନ୍ୟୁ ଏୟାର ପୋର୍ଟ  ରୋଡ, ଜାଗମରା ମଲ୍ଲିକ କଂପ୍ଲେକ୍ସ ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ଦେଖିବାକୁ ମିଳିଛି ।

ସେପଟେ କଟକରେ ଲଗାଣ ବର୍ଷା ଯୋଗୁ ସହରର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟାରେ  ସହରରେ ୫୪ ମିଲିମିଟର ବର୍ଷା ହୋଇଛି । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ବିଶେଷ କରି ବସ୍ତି ଅଞ୍ଚଳରେ ରାସ୍ତା ଉପରେ ବର୍ଷା ପାଣି ଜମି ରହୁଛି । ଘରେ ଘରେ ପଶିଛି ନର୍ଦ୍ଦମା ପାଣି । ରକ୍ସି ଗଳି,କାଜିବଜାର,ଫ୍ରଣ୍ଡସ୍ କଲୋନୀ,ନୂଆ ରାଉସା ପାଟଣାର ଅଧିକାଂଶ ଅଞ୍ଚଳରେ ଗତ ରାତିରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା । କିନ୍ତୁ ଗତ ବର୍ଷା ତୁଳନାରେ ଚଳିତ ବର୍ଷାରେ ଜଳବନ୍ଦୀ ଅବସ୍ଥା ବେଶୀ ସମୟ ରହି ନାହିଁ । ଡ୍ରେନ୍ ଗୁଡିକୁ ଆଗରୁ କିଛି ପରିମାଣରେ ସଫା କରାଯାଇଥିବାରୁ ଓ ପଙ୍କୋଦ୍ଧାର କରାଯାଇଥିବାରୁ ଜଳ ଖୁବ୍ ଶୀଘ୍ର ନିଷ୍କାସିତ ହୋଇଥିଲା। ତେଣୁ କଟକବାସୀଙ୍କୁ ଅଧିକ ସମୟ ଜଳବନ୍ଦୀ ଅବସ୍ଥା ଭୋଗ କରିବାକୁ ପଡିନି । ଆଜି ସକାଳୁ ଯଦି ବର୍ଷା ଲାଗି ରହିଥାଆନ୍ତା, ତେବେ ପୁରା ସହରର ଅବସ୍ଥା ବେହାଲ୍ ହୋଇଥାଆନ୍ତା। ସେପଟେ ସିଏମସି କମିଶନର ଆଜି ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି । ଜଳନିଷ୍କାସନ ପାଇଁ ପର୍ଯ୍ୟାପ୍ତ ପମ୍ପର ବ୍ୟବସ୍ଥା କରାଯାଉଛି ବୋଲି କହିଛନ୍ତି କମିସନର ।   

   Related Posts