୧୦ ଦିନ ହେଲା ଜଳବନ୍ଦୀ ବସ୍ତି ବାସିନ୍ଦା
30/07/2018 at 6:54 AM

ପୁରୀ ସହର ଉପକଣ୍ଠ ଗୋପୀନାଥପୁର ତଳନୂଆସାହି ବସ୍ତି ବାସିନ୍ଦା ଜଳବନ୍ଦୀ | ପାଖାପାଖି ୧୦ ଦିନ ହେଲା ଏମାନେ ଜଳବନ୍ଦୀ ହୋଇ ରହିଛନ୍ତି | ବର୍ଷା ଜଳ ନିଷ୍କାସନ ହୋଇପାରୁନଥିବା ବେଳେ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଘରୁ ବାହାରିବାଠୁ ଆରମ୍ଭ କରି ରୋଷେଇବାସ କରିବାରେ ମଧ୍ୟ ବହୁ ସମସ୍ୟା ହେଉଛି | ବର୍ଷା ଜଳ ନିଷ୍କାସନ ପାଇଁ ପ୍ରଶାସନ କୌଣସି ପ୍ରତିକାର ବ୍ୟବସ୍ଥା ଏଯାଏଁ କରିନାହିଁ | ବସ୍ତିରେ ପ୍ରାୟ ୧୦୦ ପରିବାର ଜଳବନ୍ଦୀ ହୋଇ ରହିଛନ୍ତି | ବସ୍ତିରେ ୪ ରୁ ୫ ଫୁଟ ପାଣି ଜମାହୋଇ ରହିଛି | ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି | ପାଣି ଜମି ରହିବାରୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି |
Related Posts
ଟଙ୍କା ପାଇଁ ନୃଶଂସ ପାଲଟିଲା ପୁଅ, କାଟିଲା ମାର ବେକ
16 January 2021
ଶୌଚ କରିବାକୁ ଯାଇ ମହିଳା ଗଣଦୁଷ୍କର୍ମର ଶିକାର: ଦିଅର ଗିରଫ, ପୁତୁରା ଫେରାର
16 January 2021