Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଲଗାଣ ବର୍ଷାରେ ପୁରୀ ଉବୁଟୁବୁ

7/08/2018 at 6:47 AM

ଲଗାଣ ବର୍ଷା ଯୋଗୁ ପୁରୀ ବଡଦାଣ୍ଡରେ ୨ ଫୁଟ ଉଚ୍ଚର ପାଣି ଚାଲୁଛି । ସେହିପରି ପୋଲିସ ଲାଇନ, ଗୋପିନାଥପୁର ନୂଆସାହି, ସିଦ୍ଧମହାବୀର, ମୁଟିପାଟଣାରେ ଘରେ ପାଣି ପଶିଯିବାରୁ ଲୋକେ ଅସୁବିଧାର ସାମ୍ନା କରୁଛନ୍ତି । ରାସ୍ତା ଉପରେ ଚାଲୁଥିବାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଗଣାମଲ୍ଲ ସାହିରେ ବର୍ଷାରେ ୮ଟି ଦୁଇଚକିଆ ଯାନ ଭାସିଯାଇଥିବା ଜଣାପଡିଛି । ୨୪ ଘଣ୍ଟା ମଧ୍ୟରେ ପୁରୀ ୨୩୬ ମିଲିମିଟର ବର୍ଷା ହୋଇଛି । ପୁରୀ ଜିଲ୍ଲାପାଳ ଅଫିସର ସମସ୍ତ ଅଧିକାରୀଙ୍କ ଘରେ ମଧ୍ୟ ପାଣି ପଶିଛି । ସେପଟେ ବର୍ଷା ପାଇଁ ବିଭିନ୍ନ ଟ୍ରେନ ବାତିଲ ହେବା ସହ ସମୟରେ ପରିବର୍ତ୍ତନ କରାଯାଇଛି । ବିଭିନ୍ନ ସ୍ଥାନରେ ଲାଇନ ବୁଡି ରହିଥିବାରୁ ଟ୍ରେନ ଚଳାଚଳରେ ବାଧା ସୃଷ୍ଟି ହୋଇଛି । ପୁରୀ- କଟକ ସଟଲ ଟ୍ରେନ, ଗୁଣପୁର ପାସେଞ୍ଜର, ପୁରୀ ସାନ୍ତରାଗଚ୍ଛି ଏକ୍ସପ୍ରେସ ପ୍ରମୁଖ ବାତିଲ ହୋଇଛି । ସେହିପରି ଧଉଳି ଏକ୍ସପ୍ରେସ ଓ ନୀଳାଚଳ ଏକ୍ସପ୍ରେସ ୩ ଘଣ୍ଟା ବିଳମ୍ବରେ ଛାଡିବା ନେଇ ରେଲୱେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁରୀ ପର୍ଯ୍ୟନ୍ତ ନଆସି ଖୋର୍ଦ୍ଧା ରୋଡରୁ ଫେରିଯିବ ।

   Related Posts