ଜଳବନ୍ଦୀ ମହାପ୍ରଭୁ ଅଲାରନାଥ
14/08/2018 at 6:09 AM

ବ୍ରହ୍ମଗିରି ୧୪/୮ : ଜଳବନ୍ଦୀ ହୋଇ ରହିଛନ୍ତି ମହାପ୍ରଭୁ ଅଲାରନାଥ | ଅସରାଏ ବର୍ଷାରେ କେତେବେଳେ ମନ୍ଦିର ବେଢା ଜଳମଗ୍ନ ହେଉଛି ତା ଆଉ କେତେବେଳେ ରତ୍ନ ସିଂହାସନକୁ ପାଣି ଛୁଇଁଯାଉଛି | ଆଉ ଏବେ ମନ୍ଦିର ଗର୍ଭ ଗୃହ ଛାତରୁ ପାଣି ଗଳୁଛି | ମନ୍ଦିର କାନ୍ଥରୁ ମଧ୍ୟ ପାଣି ଜକଉଛି | ଅଲାରନାଥ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି | କିନ୍ତୁ ଏଠି ପ୍ରତି ପ୍ରତ୍ନତତ୍ୱ ବିଭାଗ କି ପ୍ରଶାସନ, କାହାର ବି ଦୃଷ୍ଟି ପଡୁନି | ବର୍ଷା ହେଲେ ମନ୍ଦିର ବେଢାରେ ପାଣି ଭର୍ତ୍ତି ହେଇରହୁଛି | ଫଳରେ ପର୍ଯ୍ୟଟକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଛି | ବହୁ ପର୍ଯ୍ୟଟକ ମନ୍ଦିର ଦର୍ଶନ କରିନପାରି ଫେରିଯାଉଛନ୍ତି |
Related Posts
ଶିକାର କରିବାକୁ ଯାଇ ଶିକାରୀ ଗିରଫ, ଖସିଗଲେ ଆଉ ୩ ଜଣ
12 April 2021