ଲଗାଣ ବର୍ଷାରେ ଭୁଶୁଡି ପଡିଲା ବିମାନ ବନ୍ଦରର ୧୦୦ ଫୁଟର ପାଚେରୀ

Published By : Prameya-News7 Bureau | July 21, 2018 IST

ପୁରୁଣାଭୁବନେଶ୍ବର ଗୌରୀ ଗାର୍ଡେନ, ଲୁଇସ୍ ରୋଡରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି। ଘରେ ପାଣି ପଶି ଲୋକଙ୍କ ଅବସ୍ଥା ବେହାଲ । ରାଜଭବନ ପାଚେରୀ ବର୍ଷାରେ ଭୁଶୁଡି ପଡିଛି । ଲଗାଣ ବର୍ଷା ଯୋଗୁଁ ପାଚେରୀ ଭାଙ୍ଗିଯାଇଛି । ଏହାସହ ଭାଙ୍ଗିଛି ମଞ୍ଚଶ୍ବର ରେଲୱେ ୱାର୍କସପ୍ ପାଚେରୀ । ୨୦ ଫୁଟ ପାଚେରୀ ଭାଙ୍ଗିବାରୁ ୱାର୍କସପ୍ ଭିତରେ ପାଣି ପଶିଛି । ଏହାସହ ବିମାନବନ୍ଦରର ପାଚେରୀ ମଧ୍ୟ ଭାଙ୍ଗି ପଡ଼ିଛି। କାର୍ଗିଲ ବସ୍ତି ନିକଟରେ ଥବା ୧୦୦ ଫୁଟ ଓସାରର ପାଚେରୀଟି ଭାଙ୍ଗିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.