ବର୍ଷାରେ ପାଣିରେ ଉବୁ ଟୁବୁ ଯାଜପୁର ଜିଲ୍ଲାର ବ୍ୟାସନଗର ଅଞ୍ଚଳ

Published By : Prameya-News7 Bureau | September 02, 2018 IST

ଯାଜପୁର ୨|୯: ବର୍ଷାରେ ପାଣିରେ ଉବୁ ଟୁବୁ ଯାଜପୁର ଜିଲ୍ଲାର ବ୍ୟାସନଗର ଅଞ୍ଚଳ । ବ୍ୟାସନଗର ସହର ପୁଣି କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ଲଗାଣ ବର୍ଷରେ ଚାଷଜମିଠୁ ଆରମ୍ଭ କରି ରାସ୍ତାଘାଟ ନାଳନର୍ଦ୍ଦମା ଓ ଘରଦ୍ବାର ସବୁଠି ଆଣ୍ଠୁଏ ଲେଖାଁଏ ପାଣି ପଶିରହିଛି । ପୌରପାଳିକାର ଅଧିକାଂଶ ୱାର୍ଡରେ ପ୍ରାୟ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଚୋରଦା, ଚାନ୍ଦମା, କହ୍ନେଇପୁର, ଦଳା, ନଟପଦା, ମହତାବନଗର, ଗାୟତ୍ରୀବିହାର, ଏନ୍ଏସି କୋଲନି,ଶବର ସହି ପ୍ରଭୃତି, ଅଂଚଳରେ ଏହି ସମସ୍ୟା ଅଧିକ ଜଟିଳ ହୋଇଛି । ନାଳନର୍ଦ୍ଦମା ଗୁଡିକ ପୋତିହୋଇ ରହିବା ଫଳରେ ତଳିଆ ଅଞ୍ଚଳରୁ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ । ଫଳରେ ବସ୍ତି ଏବଂ କଲୋନୀ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ବଢିଚାଲିଛି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ସହରବାସୀ ଦାବି ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.