ଲାଗି ରହିଛି ମୁଷଳଧାରା ବର୍ଷା : ରାସ୍ତା ମଝିରେ ପାଣିରେ ବୁଡି ଯାଇଛି ବସ୍

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ ୨୦/୦୮ : ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଗୁରୁବାର ଦିନ ମଧ୍ୟ ବର୍ଷା ଲାଗି ରହିଛି | ଗୋଟିଏ ପଟେ ଗରମରୁ ଆଶ୍ବସ୍ତି ମିଳିଛି କିନ୍ତୁ ମୁଷଳଧାରା ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ଯାତାୟାତ ପ୍ରଭାବିତ ହୋଇଛି | ଦିଲ୍ଲୀ ପ୍ରହ୍ଲାଦପୁର ଅଞ୍ଚଳରେ ଅଣ୍ଡରପାସରେ ବସ ବୁଡି ଯାଇଥିବା ଦେଖିବାକୁ ମିଳିଛି | କେହି ଆହତ ହୋଇଥିବା ସୂଚନା ମିଳିନାହିଁ | ଗୁରୁବାର ସକାଳୁ ବର୍ଷା ଲାଗି ରହିଛି | ପାଣିପାଗ ବିଭାଗ କହିବାନୁଯାୟୀ ଆଗାମୀ ୨ ଘଣ୍ଟା ଯାଏଁ ବର୍ଷା ଲାଗିରହିବ | ୨ ଘଣ୍ଟା ପରେ ବର୍ଷା କମିବାର ସମ୍ଭାବନା ରହିଛି | ଦିଲ୍ଲୀ ସରିତା ବିହାର ଅଞ୍ଚଳରେ ବଦରପୁର ରାସ୍ତାରେ ପାଣି ଜମା ହୋଇଛି | ପାଣିରେ ଅନେକ ଗାଡି ଫସି ରହିଛି | 

{"id":317306,"sizeSlug":"large"}

ଭାରତୀୟ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି ଯେ ଅଗଷ୍ଟ ୨୫ ତାରିଖ ଯାଏଁ ଦିଲ୍ଲୀରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି | ସେଥିପାଇଁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି | ବୁଧବାର ଦିନ ଠାରୁ ବର୍ଷା ଜାରି ରହିଛି |

{"id":317308,"width":568,"height":318,"sizeSlug":"large"}

ସୂଚନାଯୋଗ୍ୟ ଯେ ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ଗୁରୁବାର ସକାଳୁ ମୁଷଳଧାରା ବର୍ଷା ଲାଗି ରହିଛି | ରାସ୍ତା, ଗଳିକନ୍ଦି ସବୁଠି ପାଣି ଜମା ହୋଇଯାଇଛି | ଫଳରେ ରାସ୍ତାରେ ଅନେକ ଗାଡି ଫସି ରହିଛି | ଫଳରେ ଯାତାୟାତ ପ୍ରଭାବିତ ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.