ଲଘୁଚାପଜନିତ ବର୍ଷା ଯୋଗୁଁ ବାଙ୍କୀର ଅନେକ ଅଂଚଳ ଜଳମଗ୍ନ

Published By : Prameya-News7 Bureau | October 12, 2018 IST

ବାଙ୍କୀ ୧୨/୧୦ : ଲଘୁଚାପଜନିତ ବର୍ଷାରେ ବାଙ୍କୀ ଏନଏସି ୧୨ ନମ୍ବର ୱାର୍ଡର ଅନେକ ଅଂଚଳ ଜଳମଗ୍ନ ହୋଇରହିଛି । ଲୋକଙ୍କ ଘରେ ବର୍ଷା ପାଣି ପଶିରହିବା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ମଧ୍ୟ ହୋଇଛି । ଡ୍ରେନ ଭୁଶୁଡ଼ି ପଡିବା ତଥା କେତେକ ସ୍ଥାନରେ ଡ୍ରେନରେ ଗଛ ଲତା ମାଡି ରହିଥିବା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଏପରିକି ବାଙ୍କୀ କଲେଜ ଠାରୁ ଡମପଡା ବ୍ଲକ ମୁଖ୍ୟ ରାସ୍ତାରେ ପ୍ରାୟ ଦୁଇ ଶହ ମିଟର ହେବ ୩ ଫୁଟର ବର୍ଷା ପାଣି ଜମି ରହିଛି । ଫଳରେ ଏହି ରାସ୍ତା ଦେଇ କଲେଜ ପିଲା ଓ ଲୋକେ ଯିବାଆସିବାରେ ହନ୍ତସନ୍ତ ହେଉଛନ୍ତି । ତେବେ ଏଭଳି ସ୍ଥିତିରେ ବାଙ୍କୀ ଏନଏସି କିଭଳି ପଦକ୍ଷେପ କେତେ ଶୀଘ୍ର ଗ୍ରହଣ କରିଛି ତାହାକୁ ଅପେକ୍ଷା କରିଛନ୍ତି ସ୍ଥାନୀୟବାସୀ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ବାଙ୍କୀ ଏନଏସି ର ଚେତା ପଶିଲା ବର୍ଷା ପାଣି ଜମିରହିଥିବା ସ୍ଥାନକୁ ଆସି ଦେଖିଲା ପରେ କର୍ମଚାରୀଙ୍କୁ ନିଯୋଜିତ କରି ଡ୍ରେନ ସଫା କଲେ ବର୍ଷା ପାଣି ନିଷ୍କାସନ ପାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.