ଅଲାରନାଥ ମନ୍ଦିର ବେଢାରେ ଆଣ୍ଠୁଏ ପାଣି
Published By : Prameya-News7 Bureau | August 07, 2018 IST
ଲଗାଣ ବର୍ଷାରେ ଅଲାରନାଥ ମନ୍ଦିର ବେଢାରେ ଲହଡା ମାରୁଚି ଆଣ୍ଠୁଏ ଆଣ୍ଠୁଏ ପାଣି | ମନ୍ଦିରରୁ ପାଣି ପମ୍ପ ଲଗାଇ ବର୍ଷା ପାଣି ନିଷ୍କାସନ କରାଯାଉଛି | ଗତ ଜୁଲାଇ ୨୧ ତାରିଖରେ ହୋଇଥିବା ଲଘୁଚାପ ବର୍ଷାରେ ମନ୍ଦିର ଗର୍ଭ ଗୃହ ସହ ସିଂହାସନରେ ମଧ୍ୟ ପାଣି ପଶିଥିଲା ମଧ୍ୟ ପ୍ରତ୍ନତତ୍ତ୍ୱ ବିଭାଗ କିମ୍ବା ମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ | ଯାହା ଫଳରେ ଆଜି ପୁଣି ଲଗାଣ ବର୍ଷାରେ ସମାନ ପରିସ୍ଥିତି ସୃଷ୍ଟି ହୋଇଛି |