Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ପ୍ରବଳ ବର୍ଷାରେ ଉବୁଟୁବୁ ବଡଦାଣ୍ଡ ; ଜଗମୋହନରେ ଜକେଇଲା ପାଣି

7/08/2018 at 10:26 AM

ବର୍ଷାରେ ବେହାଲ ଶ୍ରୀକ୍ଷେତ୍ର। ବୁଡ଼ିଗଲା ପୁରୀ ସହର। ଗତକାଲି ସଂନ୍ଧ୍ୟାରୁ ଆଜି ସକାଳ ୭ ଟା ପର୍ଯ୍ୟନ୍ତ ଲଗାଣ ବର୍ଷା ଫଳରେ ଶ୍ରୀକ୍ଷେତ୍ରବାସୀଙ୍କ ଠାରୁ ଆରମ୍ଭ କରି ପର୍ଯ୍ୟଟକ ପର୍ଯ୍ୟନ୍ତ ସମସ୍ତେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଦେଖନ୍ତୁ ଏ ଦୃଶ୍ୟକୁ, ପୁରୀ ସହରର ମୁଖ୍ୟ ପ୍ରବେଶ ପଥ ତଥା ବଡ଼ଦାଣ୍ତର ପ୍ରମୁଖ ହସପିଟାଲ ଛକରେ କିଭଳି ସୃଷ୍ଟି ହୋଇଛି କୃତିମ ବନ୍ୟା।
ପ୍ରବଳ ବର୍ଷା ଯୋଗୁଁ ଶ୍ରୀମନ୍ଦିର ଜଗମୋହନରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି | ଜଗମୋହନର ଉପରି ଭାଗରେ ପାଣି ଯକେଇଥିବା ମଧ୍ୟ ଜଣାପଡୁଛି | ଜଗମୋହନ ମରାମତି କାମ ଚାଲିଥିବା ବେଳେ ରଥଯାତ୍ରା ପାଇଁ କାମ ଅଟକି ରହିଥିଲା | ତେବେ ଜୟବିଜୟ ଦ୍ୱାରା ମରାମତି କାମ ସରିଯାଇଛି | ନାଟ ମଣ୍ଡପର ବାକିଥିବା କାମର ମରାମତି ପାଇଁ ଜୁଲାଇ ୩୦ରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ଏଏସଆଇ | ତେବେ ଖୁବ ଶୀଘ୍ର ସେସବୁର ମରାମତି କରାଯିବ ବୋଲି ଜଣାଇଥିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ | କିନ୍ତୁ ମରାମତି ସତ୍ୱେ ଜଗମୋହନରେ ପାଣି ଗଳିବା ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

   Related Posts