ବୈତରଣୀ ନଦୀର ଜଳସ୍ତର କମୁଛି ; ବଡ ବନ୍ୟା ଆଶଙ୍କା ଟଳିଛି

Published By : Prameya-News7 Bureau | September 09, 2018 IST

ଭଦ୍ରକ ୯|୯: ବୈତରଣୀ ନଦୀର ଜଳସ୍ତର କମୁଛି, ଫଳରେ ବଡ ବନ୍ୟା ଆଶଙ୍କା ଟଳିଛି । ହେଲେ ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଓ କଟକ ଜିଲ୍ଲାର ଅନେକ ତଳିଆ ଅଞ୍ଚଳ ଏବେବି ପାଣି ଘେରରେ । ଚାଷ ଜମିରେ ପାଣି ଠିଆ ହୋଇଛି । ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତିରେ ସୁଧାର ଆସିଛି । ବିପଦ ସଂକେତ ତଳକୁ ଖସୁଛି ବୈତରଣୀ । ଆଖୁଆପଦା ଆନିକଟ ନିକଟରେ ଜଳସ୍ତର ୧୭.୭୪ ମିଟର ରହିଛି । ନଦୀର ବିପଦ ସଂକେତ ୧୭.୮ ମିଟର । ପାଣି ଘେରରେ ଥିବା ଭଣ୍ଡାରିପୋଖରୀ ବ୍ଲକର ଅନେକ ଗାଁରୁ ଧୀରେ ଧୀରେ ପାଣି କମିବାରେ ଲାଗିଛି । ତେବେ ଚାନ୍ଦବାଲି ବ୍ଲକର ଆରଡ଼ି, ଓଳଗ, ନାନ୍ଦପୁର ଓ ସୁନ୍ଦରପୁର ପଞ୍ଚାୟତର ୩୦ରୁ ଅଧିକ ଗଁ।ରେ ରହିଛି ବନ୍ୟାଜଳ । ସୁନ୍ଦରପୁର ପଞ୍ଚାୟତର ବୋଡ଼କ ଓ ସାଠିବାଙ୍କୁଡ଼। ଗଁ। ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଭଦ୍ରକ- ଆରଡ଼ି ମୁଖ୍ୟ ରାସ୍ତାରେ ଅଧତ୍କାଂଶ ସ୍ଥାନରେ ରାସ୍ତା ଉପରେ ପାଣି ଚାଲୁଛି ଫଳରେ ଭଦ୍ରକ - ଆରଡ଼ି ମୁଖ୍ୟ ରାସ୍ତାରେ ଯାନବାହନ ଚାଳାଚଳ ଠପ୍ ହୋଇଯାଇଛି । ତଳିଆ ଅଞ୍ଚଳର ଲୋକ ମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାସ୍ତର କରାଯାଇଛି । ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ରାହ୍ମଣୀ, ଖରସ୍ରୋତା ଏବଂ କାଣି ନଦୀ ବଢୁଥିବାରୁ ନଦୀ କୂଳିଆବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ପଟ୍ଟାମୁଣ୍ଡାଇର ବହୁ ଅଞ୍ଚଳ ଏବେ ପାଣି ଘେରରେ ରହିଛି । ବିଭିନ୍ନ ସ୍ଥାନରେ ବନ୍ୟା ବିପନ୍ନମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରା ଯାଇଛି । କିଛି ସ୍ଥାନରେ ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲା ଯାଇଛି । ଓଡ୍ରାଫ ଟିମ୍ ଓ ଗୋଟିଏ ଏନଡ଼ିଆରଫ୍ ଟିମ୍ ପ୍ରସ୍ତୁତ ରହିଛି । ଫାୟାର ବିଗ୍ରେଡର ୬ଟି ବୋଟ୍ ମଧ୍ୟ ପ୍ରସ୍ତୁତ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.