ଗୁଣୁପୁର ନିକଟରେ ବୃଦ୍ଧି ପାଉଛି ବଂଶଧାରାର ଜଳସ୍ତର

Published By : Prameya-News7 Bureau | October 25, 2019 IST

ଗୁଣୁପୁର ୨୫।୧୦: ଗୁଣୁପୁର ନିକଟରେ ବଂଶଧାରା ଜଳସ୍ତର ୮୨.୩୯ ମିଟର ରହିଛି । ବଂଶଧାରା ସତର୍କ ସଂକେତ ୮୩ ମିଟର ଏବଂ ବିପଦ ସଂକେତ ୮୪ ମିଟର ରହିଛି । ଗୁଣପୁରରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ରାସ୍ତାର ଜଗନ୍ନାଥପୁର ନିକଟରେ ଥିବା ଆପ୍ରୋଚ୍ ରୋଡ୍ ଭାସିଯିବା ଯୋଗୁଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗୋଠଲାପଡ଼ା, ମରୋମା ପଂଚାୟତବାସୀ ଗୁଣପୁରରୁ ବିଚ୍ଛିନ୍ନ ହୋଇଛନ୍ତି । ବଂଶଧାରା ଜଳସ୍ତର ସତର୍କ ସଂକେତ ଦେଇ ପ୍ରବାହିତ ହେଉଥିବା ବେଳେ ବଡ଼ନାଳ ବ୍ୟାରେଜର ୨ଟି ଗେଟ୍ ଖୋଲାଯାଇଛି। ବଂଶଧାରାରେ ବନ୍ୟା ପରିସ୍ଥିତିକୁ ଟାଳିବା ପାଇଁ ଜିଲ୍ଲା ପ୍ରଶାସନ ଆନ୍ଧ୍ର ସରକାରଙ୍କ ସହ ଆଲୋଚନା କରିବା ପରେ ଗୋଟା ବ୍ୟାରେଜର ୨୧ଟି ଗେଟ୍ ଖୋଲି ଜଳ ନିଷ୍କାସନ କରୁଛି ଆନ୍ଧ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.